କଟକ:କିଛି ଦିନର ବ୍ୟବଧାନ ପରେ ଓଡିଶାରେ ପୁଣି ଅଧିକ ମାତ୍ରାରେ କୋରୋନା ସଂକ୍ରମିତ ଚିହ୍ନଟ ପରେ ସିଲଭରସିଟିରେ ଆକ୍ସନ ମୋଡରେ ସିଏମସି ଏନଫୋର୍ସମେଣ୍ଟ ଟିମ । ସଂକ୍ରମଣକୁ କିଛି ମାତ୍ରାରେ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ସିଲଭର ସିଟି କଟକରେ ମଧ୍ୟ ସଂକ୍ରମଣକୁ ରୋକିବା ପାଇଁ ସିଏମସି ପକ୍ଷରୁ କୋଭିଡ କଟକଣା ଉଲ୍ଲଘଂନ ହେଉଥିବା ଯାଗାରେ ଚଢାଉ ଆରମ୍ଭ ହୋଇଛି ।
ତେବେ ଉଭୟ କମିଶନରେଟ ପୋଲସ ଓ ସିଏମସି ଏନଫୋର୍ସମେଣ୍ଟ ଟିମ ଏହି ଚଢ଼ାଉ ଜାରି ରଖିଛନ୍ତି । ସେହି କ୍ରମରେ କଟକର ଯେଉଁ ସ୍ଥାନରେ କୋଭିଡ ଆଇନ ଭଙ୍ଗ ହେଉଛି ସେହି ସ୍ଥାନରେ ସିଏମସି ଏନଫୋର୍ସମେଣ୍ଟ ଟିମ ସଙ୍ଗେ ସଙ୍ଗେ ପହଁଚି ଚଢ଼ାଉ କରୁଛି । କୋଭିଡ ନିୟମ ଉଲ୍ଲଘଂନ କଲେ ଦୋକାନ ସିଲ କରିବା ସହ ମୋଟା ଅଙ୍କର ତଣ୍ଡ କାଟିବାକୁ ବଧ୍ୟ କରୁଛି କଟକ ମହାନଗର ଅଧୀନରେ ଗଠନ କରାଯାଇଥିବା ଏହି ଏନଫୋର୍ସମେଣ୍ଟ ଟିମ ।