କଟକ:କଟକରେ ଆବାସ ଦୁର୍ନୀତି ଘଟଣାରେ ଦିନକୁ ଦିନ ଭିନ୍ନ ଭିନ୍ନ ମୋଡ ନେଉଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାଜା କରଣକୁ ଯଦିଓ ପୋଲିସ ଗିରଫ କରି ସାରିଛି । ତେବେ ଏହା ପଛରେ କିଛି ସିଏମସି କର୍ମଚାରୀ ରହିଥିବା ନେଇ ଚର୍ଚ୍ଚା ଜୋର ଧରିଛି ।
ଦୀର୍ଘଦିନ ଧରି ସରକାରୀ ଘରକୁ କିପରି ବ୍ୟବହାର କରାଯାଇ କୋଟି କୋଟି ଟଙ୍କା ରୋଜଗାର ହେଉଥିଲା ଏବଂ ତାହା ପୁଣି ଜଣେ ହିଁ କରୁଥିଲା ଏହାକୁ ନେଇ କୌଣସି ଉତ୍ତର ମିଳିପାରୁ ନାହିଁ । କାରଣ ଜଣେ ବ୍ୟକ୍ତି ଏପରି କରିବାକୁ କିପରି ସାହସ କରିପାରିଲେ । ତୋବେ ତାଙ୍କ ପଛରେ ସିଏମସିର ଅନେକ ଅଧିକାରୀ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି ।