ଓଡିଶା

odisha

ETV Bharat / city

କଟକକୁ ମିଳିଲା BSKY ସ୍ମାର୍ଟ ହେଲଥ କାର୍ଡ, ୧୫୬୭ କୋଟିର ଭେଟି ଦେଲେ ନବୀନ - କଟକରେ ସ୍ମାର୍ଟ ହେଲଥ କାର୍ଡ ବିତରଣ

କଟକ ଜିଲ୍ଲାରେ ଆରମ୍ଭ ହେଲା ସ୍ମାର୍ଟ ସ୍ବାସ୍ଥ୍ୟ ସେବାର ସ୍ମାର୍ଟ ସେବା (bsky smart health card) । ଯୋଜନାର ଶୁଭାରମ୍ଭ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(Chief Minister Naveen Patnaik Visit cuttack) ସକାଳ 11ଟାରେ କଟକରେ ପହଞ୍ଚି ଯୋଗ୍ୟ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । ଅଧିକ ପଢନ୍ତୁ

କଟକରେ BSKY ସ୍ମାର୍ଟକାର୍ଡର ଶୁଭାରମ୍ଭ
କଟକରେ BSKY ସ୍ମାର୍ଟକାର୍ଡର ଶୁଭାରମ୍ଭ

By

Published : Dec 13, 2021, 11:54 AM IST

Updated : Dec 13, 2021, 1:39 PM IST

କଟକ:କଟକ ଜିଲ୍ଲାରେ ଆରମ୍ଭ ହେଲା ସ୍ମାର୍ଟ ସ୍ବାସ୍ଥ୍ୟ ସେବାର ସ୍ମାର୍ଟ ସେବା (bsky smart health card) । ଯୋଜନାର ଶୁଭାରମ୍ଭ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(Chief Minister Naveen Patnaik Visit cuttack) ସକାଳ 11ଟାରେ କଟକରେ ପହଞ୍ଚି ଯୋଗ୍ୟ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । କାର୍ଡ ଗରିବଙ୍କ ଦୁଃଖ ଦୂର କରିବ । ଏହି କାର୍ଡ ଜରିଆରେ ୯୬ ଲକ୍ଷ ପରିବାର ଉପକୃତ ହେବେ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସଚେତନତା ରଥର ଶୁଭାରମ୍ଭ ହୋଇଛି । କଟକବାସୀଙ୍କୁ ୧୫୬୭ କୋଟିର ଶତାଧିକ ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

କଟକକୁ ମିଳିଲା BSKY ସ୍ମାର୍ଟ ହେଲଥ କାର୍ଡ

ଜିଲ୍ଲାରେ ୧୦ ଜଣ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ପ୍ରଦାନ କରାଯାଇଛି । ସ୍ମାର୍ଟକାର୍ଡର ଶୁଭାରମ୍ଭ ହେବା ପରେ ୧୪ ତାରିଖଠୁ ଜିଲ୍ଲାର ପ୍ରତି ବ୍ଲକରେ ଏହି ସ୍ମାର୍ଟ ହେଲଥ କାର୍ଡ ବିତରଣ ଆରମ୍ଭ ହେବ । ଜିଲ୍ଲାରେ ପାଖାପାଖି ୫ ଲକ୍ଷ ୫ ହଜାରରୁ ଅଧିକ ହିତାଧିକାରୀ କାର୍ଡ ଦ୍ବାରା ଉପକୃତ ହେବେ । କାର୍ଡ ବିତରଣ ପରେ ଜିଲ୍ଲାରେ ୨୬୭ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ୧୪୫୫ କୋଟି ୧୮ ଲକ୍ଷ ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

୯୩ କୋଟି ୨୯ ଲକ୍ଷ ଟଙ୍କାର ୪୦ଟି ପ୍ରକଳ୍ପ, ସେତୁ ଓ କୋଠାବାଡି ନିର୍ମାଣ ପାଇଁ ୬୯ କୋଟି ୯୨ ଲକ୍ଷ ଟଙ୍କାର ୮ଟି ପ୍ରକଳ୍ପ, ସ୍ବାସ୍ଥ୍ୟ ସେବା ଭିତ୍ତିଭୂମି, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ପାଇଁ ୭୦ ଲକ୍ଷ ଟଙ୍କାର ୧୧ଟି ପ୍ରକଳ୍ପ, ଶିକ୍ଷା ଭିତ୍ତିଭୂମି, ସହରାଞ୍ଚଳ ଉନ୍ନୟନ ଏବଂ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଇଁ ୧୪ କୋଟି ୩୫ ଲକ୍ଷ ଟଙ୍କାର ୧୦ଟି ପ୍ରକଳ୍ପ, ପାନୀୟ ଜଳ ଯୋଗଣ ଓ ଜଳସେଚନ ପାଇଁ ୮ କୋଟି ୩୨ ଲକ୍ଷ ଟଙ୍କାର ୧୧ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ସମୁଦାୟ ୧୪୭୪ କୋଟି ୮୮ ଲକ୍ଷ ଟଙ୍କାର ୪୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବାଲିଯାତ୍ରା ପଡିଆରେ ସଭାସ୍ଥଳ ଓ ହେଲିପ୍ୟାଡ଼ ନିକଟରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଓ ବିଶେଷ କରି ମହିଳାଙ୍କ ପାଇଁ ବର୍ଷକୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହୟତା ଦେବ ଏହି ସ୍ମାର୍ଟ ହେଲଥ କାର୍ଡ । ଏହା ପୂର୍ବରୁ ଗଞ୍ଜାମ, ବାଲେଶ୍ବର, ଭଦ୍ରକ, ବୌଦ୍ଧ, ଝାରସୁଗୁଡା, ମୟୂରଭଞ୍ଜ, ଗଜପତି, ସୁନ୍ଦରଗଡ, ମାଲକାନଗିରି, କଳାହାଣ୍ଡି, ନୂଆପଡା, ଦେବଗଡ ଓ ବରଗଡ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବିତରଣ ସରିଛି । ମାଲକାନଗିରିରୁ ପ୍ରଥମେ ଆରମ୍ଭ ହୋଇଥିଲା ସ୍ବାସ୍ଥ୍ୟ ସେବାର ଏହି ଐତିହାସିକ ଯାତ୍ରା । ରାଜ୍ୟରେ ସାଢେ 3 କୋଟି ଲୋକଙ୍କୁ ସ୍ମାର୍ଟ ହେଲଥ କାର୍ଡ ଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ରାଜ୍ୟବାସୀଙ୍କୁ ସମୂର୍ଣ୍ଣ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଏହାର ଲକ୍ଷ୍ୟ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Dec 13, 2021, 1:39 PM IST

ABOUT THE AUTHOR

...view details