କଟକ: ବେଧଡକ ମଦ ବିକ୍ରି ଯୋଗୁ ଦୁଇ ଗାଁ ମୁହାଁମୁହିଁ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଓ ସିପୁରା ଗ୍ରାମର ଉତ୍ୟକ୍ତ ଯୁବକଙ୍କ ମଧ୍ୟରେ ।
ମଦ ପାଇଁ ମହାଭାରତ, ଦୁଇ ଗାଁରେ ଲଙ୍କା କାଣ୍ଡ ଖୁଲମଖୁଲା ନିଶା ପାନ କରି ମହିଳାଙ୍କୁ ଦୁର୍ବ୍ୟବହାର କରିବା ପଡିଲା ମହଙ୍ଗା । ଯାହା ପାଇଁ ଗାଁରେ ପଡିଛି ରକ୍ତ ଛିଟା । ବିରୂପା ନଦୀ ପୋଲ ମଝିରେ ହେଲା ମହାଭାରତ । ଫଳରେ ଘଟଣାସ୍ଥଳରେ ଆହତ ହୋଇଛନ୍ତି 8 ରୁ ଊର୍ଦ୍ଧ୍ବ ଯୁବକ ।
ଘଟଣାଟି ଏମିତି ଥିଲା ଯେ, କୁସୁପୁର ଗାଁ ନିକଟରେ ଥିବା ନଦୀ କଡ଼ରେ ଦିନ ରାତି ଖୋଲା ରହୁଛି ମଦ ଦୋକାନ । ଯାହାର ଫାଇଦା ନେଉଛନ୍ତି ଅନେକ ବ୍ୟକ୍ତି । କେବଳ ଏତିକି ନୁହେଁ ପାର୍ଶ୍ଵରେ ଥିବା ନଦୀ ପଠାକୁ ଗାଧୋଇ ଯାଉଥିବା ମହିଳାମାନଙ୍କୁ ଅଶ୍ଲିଳ ଇଙ୍ଗିତ କରିବାକୁ ପଛାଉ ନାହାନ୍ତି ନିଶାସକ୍ତ ଯୁବକ। ଯାହା ପାଇଁ ବୁଧବାର ଘଟିଥିଲା ଏହି ଲଙ୍କା କାଣ୍ଡ । ତେବେ ଏନେଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖଣ୍ଡଯୁଦ୍ଧକୁ ଅଟକାଇବା ସହ ଏକ ମାମଲା ମଧ୍ୟ ରୁଜୁ କରିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ