ଓଡିଶା

odisha

ETV Bharat / city

ନାହିଁ ପୂର୍ବ ଉତ୍ସାହ, ଖାଁ ଖାଁ ଚର୍ଚ୍ଚ: କୋରୋନା ପାଇଁ ଫିକା ପଡିବ କି ବଡଦିନ ସେଲିବ୍ରେସନ୍ ? - corona affect on x-mass

କୋରୋନା କଟକଣା ଯୋଗୁ ଅନ୍ୟ ଉତ୍ସବ ଭଳି ବଡ଼ଦିନ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଅଛି । କଟକ ସହରରେ ଛୋଟ ବଡ କରି ରହିଛି ପ୍ରାୟ ୩୪ଟି ଚର୍ଚ୍ଚ । ବଡ଼ଦିନର ଅନେକ ଦିନ ପୂର୍ବରୁ ଚର୍ଚ୍ଚର ସାଜସଜ୍ୟା ସହିତ ଉତ୍ସବ ପାଳନ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥାଏ । କିନ୍ତୁ ଏବର୍ଷ ସେମିତି କୌଣସି ବ୍ୟବସ୍ଥା ହୋଇନାହିଁ । ଅଧିକ ପଢନ୍ତୁ...

ବଡଦିନରେ କୋରୋନା ଛାଟ୍
ବଡଦିନରେ କୋରୋନା ଛାଟ୍

By

Published : Dec 21, 2020, 4:23 PM IST

କଟକ: ଆଉ ଦିନ କେଇଟାର ଅପେକ୍ଷା । ଧରାବତରଣ କରିବେ ପରମ କରୁଣାମୟ ପ୍ରଭୁ ଯୀଶୁ । କିନ୍ତୁ କୋରୋନା କଟକଣା ଯୋଗୁ ଅନ୍ୟ ଉତ୍ସବଗୁଡ଼ିକ ଭଳି ବଡ଼ଦିନ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଅଛି ।

ପ୍ରତିବର୍ଷ କଟକ ସହରର ବିଭିନ୍ନ ଚର୍ଚ୍ଚଗୁଡ଼ିକରେ ଖ୍ରୀଷ୍ଟମାସର ଅନେକ ଦିନରୁ ପ୍ରସ୍ତୁତି ଆରମ୍ଭ ହେଉଥିବା ବେଳେ ଚଳିତବର୍ଷ କିନ୍ତୁ ସେଭଳି କୌଣସି ବ୍ୟବସ୍ଥା ହୋଇନାହିଁ । ଧର୍ମାନୁଷ୍ଠାନ ଗୁଡ଼ିକରେ ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଲାଗିଥିବାରୁ ଚର୍ଚ୍ଚଗୁଡିକ ଖାଁ ଖାଁ । କେଉଁଠି ମୁଖ୍ୟଫାଟକରେ ତାଲା ପଡ଼ିଥିବା ବେଳେ କେଉଁଠି ପ୍ରାର୍ଥନା ଗୃହ ମଧ୍ୟ ବନ୍ଦ ରହିଛି ।

ବଡଦିନରେ କୋରୋନା ଛାଟ୍

କେବଳ ଚର୍ଚ୍ଚର ଫାଦର ଏବଂ ଜଣେ ଦୁଇ ଜଣ ସହାୟକଙ୍କୁ ବାଦ ଦେଲେ ଅନ୍ୟ କହାରିକୁ ସେଠାରେ ଦେଖିବାକୁ ମିଳୁନାହିଁ । ମହାମାରୀ କୋରୋନା ଯୋଗୁଁ ସୃଷ୍ଟି ହୋଇଥିବା ଏହି ପରିସ୍ଥିତିକୁ ନେଇ ମର୍ମାହିତ ଶ୍ରଦ୍ଧାଳୁ ।

କଟକ ସହରରେ ଛୋଟ ବଡ କରି ରହିଛି ପ୍ରାୟ ୩୪ଟି ଚର୍ଚ୍ଚ । ବଡ଼ ଦିନର ଅନେକ ଦିନ ପୂର୍ବରୁ ଚର୍ଚ୍ଚର ସାଜସଜ୍ୟା ସହିତ ଉତ୍ସବ ପାଳନ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥାଏ । ଯୀଶୁ ଏକ ମେଣ୍ଢାଶାଳରେ ଜନ୍ମଗ୍ରହଣ କରିଥିବାରୁ ଏହାର ପ୍ରତିକ ସ୍ବରୂପ ଏକ ମେଣ୍ଢା ଶାଳକୁ ମଧ୍ୟ ପ୍ରସ୍ତୁତ କରାଯାଇଥାଏ । କିନ୍ତୁ ଏବର୍ଷ ସେମିତି କୌଣସି ବ୍ୟବସ୍ଥା ହୋଇନାହିଁ ।

ସେପଟେ ପ୍ରଶାସନ ଯାହା କିଛି ନିିଷ୍ପତ୍ତି ନେବେ ତାକୁ ପାଳନ କରାଯିବ ବୋଲି କହିଛନ୍ତି କଟକ କ୍ୟାଣ୍ଟନ ମେଣ୍ଟ ରୋଡ଼ ଚର୍ଚ୍ଚର ଫାଦର। କୋରୋନା ପାଇଁ ସହରରେ ସମସ୍ତ ପର୍ବ ଫିକା ପଡିଥିବା ବେଳେ ବଦଦିନ ପର୍ବ ବି ଫିକା ପଡିବାର ସମ୍ଭାବନା ରହିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details