କଟକ: ଯୋଜନାବୋର୍ଡ ଉପାଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ଘଟଣା । କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି ଅଭୟ(Police DG Abhay) । ଗତକାଲି(ମଙ୍ଗଳବାର) ପରିବାର ଲୋକେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଥିଲେ ।
ସୂଚନା ଅନୁଯାୟୀ ଗତ ସୋମବାର ପୁରୀ ସଦର ଥାନା ଗଡ଼ମୃଗସିରାବ୍ରିଜ ନିକଟ ନୂଆନଈ ପଠାରୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ (Planning Board Deputy-chairman Sanjay Dasbarma's PA) PA ଚିତ୍ତରଞ୍ଜନ ପଲେଇ(22)ଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ନିଖୋଜ ଥିବାର କିଛିଦିନ ପରେ ମୃତଦେହ ଠାବକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ କରିଥିଲେ ।