ଓଡିଶା

odisha

ETV Bharat / city

ଚିଲିକା ଓ ଭିତରକନିକା ଆଦ୍ରଭୂମି ସୁରକ୍ଷା ନେଇ ହାଇକୋର୍ଟରେ ଶୁଣାଣି - କଟକ ଖବର

ଚିଲିକା ଓ ଭିତରକନିକା ଆଦ୍ରଭୂମି ସୁରକ୍ଷା ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଆଜି ଶୁଣାଣି ହୋଇଛି। ଉଚ୍ଛେଦ ପରେ ବି ବେଆଇନ ଘେରି କିପରି ଗଢି ଉଠୁଛି, ସେନେଇ ହାଇକୋର୍ଟ ଅସନ୍ତୋଷ ଜାହିର କରିଛନ୍ତି । ଉଚ୍ଛେଦ ସ୍ଥାନମାନଙ୍କରେ ଯେପରି ପୁନର୍ବାର ଘେରି ଗଢି ନଉଠେ, ତାହାର ସୁପରିଭିଜନ କରିବାକୁ ଜିଲ୍ଳାପାଳ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଧିକ ପଢନ୍ତୁ

High Court
High Court

By

Published : Dec 22, 2021, 10:44 PM IST

କଟକ:ଚିଲିକା ଓ ଭିତରକନିକା ଆଦ୍ରଭୂମି ସୁରକ୍ଷା ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଆଜି ଶୁଣାଣି ହୋଇଛି । ଉଚ୍ଛେଦ ପରେ ବି ବେଆଇନ ଘେରି କିପରି ଗଢି ଉଠୁଛି, ସେନେଇ ହାଇକୋର୍ଟ ଅସନ୍ତୋଷ ଜାହିର କରିଛନ୍ତି। ଉଚ୍ଛେଦ ସ୍ଥାନ ମାନଙ୍କରେ ଯେପରି ପୁନର୍ବାର ଘେରି ଗଢି ନଉଠେ, ତାହାର ସୁପରିଭିଜନ କରିବାକୁ ଜିଲ୍ଳାପାଳ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଅତିରିକ୍ତ ଫୋର୍ସ ଲଗାଇ ପେଟ୍ରୋଲିଂକୁ କଡାକଡି କରିବାକୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଓ ଏସିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଚିଲିକା ଓ ଭିତରକନିକା ଆଦ୍ରଭୂମି ସୁରକ୍ଷା ନେଇ ହାଇକୋର୍ଟରେ ଶୁଣାଣି

ଚିଲିକା ଭିତରେ ଓ ବାହାରେ ବେଆଇନ ଘେରି ଗୁଡିକ ଗଢି ଉଠୁଛି, ଫଳରେ ଆଦ୍ରଭୂମି ନଷ୍ଟ ହେଉଛି ବୋଲି କୋର୍ଟ ଅନୁଭବ କରିଛନ୍ତି । ଏଥିସହ ବେଆଇନ ଘେରି ଗୁଡିକ ଉଛେଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାନୁଆରୀ ୧୮ ସୁଦ୍ଧା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାଟେଲାଇଟରୁ ଚିତ୍ର ଉତ୍ତୋଳନ କରି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାନୁଆରୀ ୧୮ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।

ପୂର୍ବ ଶୁଣାଣି ସମୟରେ ଭିତରକନିକାର ୨୯୭ ହେକ୍ଟର ଚିଙ୍ଗୁଡି ଘେରି ଉଛେଦ ହୋଇଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ଏ ସଂକ୍ରାନ୍ତରେ ସବିଶେଷ ତଥ୍ୟ ଓ ଯେଉଁ ମାନଙ୍କ ବିରୋଧରେ ମାମଲା ହୋଇଛି ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆଗାମୀ ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ କୃଷି ସଚିବ ଭିସି ଯୋଗେ ଉପସ୍ଥିତ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଚିଙ୍ଗୁଡି ଘେରିର ସାଟେଲାଇଟ ଫଟୋ ପାଇଥିବା ହାଇକୋର୍ଟଙ୍କୁ ଅବଗତ କରିଥିଲେ କେନ୍ଦ୍ରାପଡା ଓ ପୁରୀ ଜିଲାପାଳ। ଚିଙ୍ଗୁଡି ଘେରି ଉଛେଦ ପାଇଁ ୧୦ ଦିନ ମଧ୍ୟରେ ସ୍ବତନ୍ତ୍ର ବୈଠକ ଡକାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ଏବଂ ମତ୍ସ୍ୟ ବିଭାଗ ସଚିବ ମିଳିତ ଭାବେ ବୈଠକ ଡାକିବେ ବୋଲି କୋର୍ଟ କହିଥିଲେ। ବୈଠକରେ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା ଜିଲ୍ଲାପାଳ ଓ ଏସପି ଉପସ୍ଥିତ ରହିବାକୁ କୋର୍ଟ କଡା ନିର୍ଦ୍ଦେଶ ଦେଇଥିଲେ। ସଂପୃକ୍ତ ଜିଲ୍ଲାର ଏସପି ମାନେ ଉଛେଦରେ ନିୟୋଜିତ ପୋଲିସ ଫୋର୍ସଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ସମ୍ପର୍କରେ ନିୟମିତ ବୁଝାଇବେ ବୋଲି ନିର୍ଦ୍ଦେଶ ଦେଇଥିଲେ କୋର୍ଟ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details