ଓଡିଶା

odisha

ETV Bharat / city

ଗୋଲନ୍ଥରା ଆକ୍ରମଣ ଘଟଣା: ନାବାଳିକାକୁ ଭେଟିଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା

କଟକ ଏସସିବିରେ ପହଁଚିଲେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଗଞ୍ଜାମ ନାବାଳିକାଙ୍କୁ ଭେଟିବାକୁ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା କଟକ ବଡ଼ ମେଡିକାଲରେ ପହଞ୍ଚିଛନ୍ତି। ଅଧିକ ପଢ଼ନ୍ତୁ...

child rights protection Commission chairman met attacked minor girl of ganjam
ଗୋଲନ୍ଥରା ଆକ୍ରମଣ ଘଟଣା: ନାବାଳିକାକୁ ଭେଟିଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା

By

Published : Jan 29, 2021, 10:22 PM IST

କଟକ:କଟକ ଏସସିବିରେ ପହଁଚିଲେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଗଞ୍ଜାମ ନାବାଳିକାଙ୍କୁ ଭେଟିବାକୁ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା କଟକ ବଡ଼ ମେଡିକାଲରେ ପହଞ୍ଚିଛନ୍ତି। ପିଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିବା ସହ ଚିକିତ୍ସା କିଭଳି ଚାଲିଛି ସନେଇ ଅନୁଧ୍ୟାନ କରିଛନ୍ତି। ଏହାକୁ ନେଇ ସେ ଏସସିବି ମେଡିକାଲ କତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିଲା।

ଗୋଲନ୍ଥରା ଆକ୍ରମଣ ଘଟଣା: ନାବାଳିକାକୁ ଭେଟିଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ଗତକାଲି(ଗୁରୁବାର) ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ଅନ୍ତର୍ଗତ ଚିକିଟି ନିକଟସ୍ଥ ସୋରଳରେ ଜଣେ ସାତ ବର୍ଷର ନାବାଳିକା ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ନାବାଳିକା ବେକକୁ ଛୁରୀରେ କାଟିଥିଲେ ଦୁର୍ବୃତ୍ତ। ନାବାଳିକାକୁ ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର କରାଯାଇଥିଲା।

ସୋରଳ ଓଡ଼ିଆ ଓଡିଆର୍ .ପି କଲୋନୀର ରୁତୁ ବେହେରା ନାମରେ ଜଣେ ଯୁବକ ସେହି ଅଞ୍ଚଳର 7 ବର୍ଷର ନାବାଳିକାକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ନାବାଳିକାକୁ ଗୁରୁତର ଅବସ୍ଥାରେ ପ୍ରଥମେ MKCGରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ଗ୍ରାମବାସୀ ଉକ୍ତ ଯୁବକକୁ କାବୁ କରି ନିସ୍ତୁକ ମାଡ଼ ମାରିଥିବା ବେଳେ ପୋଲିସ ପହଞ୍ଚି ଯୁବକକୁ ଉଦ୍ଧାର କରିଥିଲା। ଅଭିଯୁକ୍ତ ଯୁବକ କାହିଁକି ଏଭଳି ଆକ୍ରମଣ କରିଛି ପୋଲିସ ତାହାର ଅନୁଧ୍ୟାନ କରୁଛି । ଏହାସହିତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ବିଷୟକୁ ପଚାରି ବୁଝିବା ସହ 2 ଅଭିଯୁକ୍ତ ପୋଲିସ ହେପାଜତରେ ନେଇଥିଲା। ପୋଲିସ ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details