କଟକ: ଜିଲ୍ଲାରେ ଶିଶୁଙ୍କ ପାଇଁ ଆସୁଥିବା ସମସ୍ତ ଯୋଜନା ହେବ ସଫଳ । କେହି ବି ଯୋଜନାରୁ ବଞ୍ଚିତ ହେବେନି । ସରକାରୀ ସ୍ତରରେ ଅନେକ ଯୋଜନା ଶିଶୁଙ୍କ ପାଇଁ ରହିଛି । ସମସ୍ତଙ୍କ ପାଖରେ ପହଞ୍ଚିବ ସରକାରୀ ଯୋଜନା । ଏନେଇ ସ୍ପଷ୍ଟ କରିଛନ୍ତି କଟକ ଜିଲ୍ଲାପାଳ (Collector) ଭବାନୀ ଶଙ୍କର ଚୟିନୀ ।
କଟକ ଜିଲ୍ଲାରେ ଏଣିକି ଅବହେଳିତ ରହିବେନି ଶିଶୁ ଏହା ମଧ୍ୟ ପଢନ୍ତୁ: ଟ୍ୟାପ୍ ଖୋଲିଲେ ବାହାରୁଛି ଗୋଳିଆ ପାଣି, ଚିନ୍ତାରେ କଟକବାସୀ
ଆଜି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିଶୁଙ୍କ ଅଧିକାର ସମ୍ପର୍କୀୟ ବୈଠକରେ ଏହି ଦିଗ ଉପରେ ବିଭିନ୍ନ ଅଧକାରୀଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ । କିପରି ଶିଶୁ ସୁସ୍ଥ ରହିବ, ପାଠପଢା ଓ ଖେଳକୁଦରୁ ବଞ୍ଚିତ ରହିବନି ଏନେଇ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସିଧାସଳଖ ଜଣାଇଛନ୍ତି ଜିଲ୍ଲାପାଳ ।
ଆଜିର ଶିଶୁ ଆସନ୍ତାକାଲିର ନାଗରିକ । ସେଥିପାଇଁ ସରକାରୀ ସ୍ତରରେ ଯାହା ସବୁ ଅଧିକାର ରହିଛି, ସବୁ ଶିଶୁମାନେ ପାଇବେ ବୋଲି ସ୍ପଷ୍ଟ କରିଛନ୍ତି କଟକ ଜିଲ୍ଲାପାଳ ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ