ଓଡିଶା

odisha

ETV Bharat / city

ଚାନ୍ଦିମେଢ ତାଲିକାରେ ସାମିଲ ହେଲା ଛତ୍ରବଜାର ପୂଜା ମଣ୍ଡପ - ପବିତ୍ର ଦଶହରା

ସହରରେ ୨୭ଟି ଚାନ୍ଦି ମେଢ଼ ତାଲିକାରେ ଛତ୍ରବଜାର ପୂଜା ମଣ୍ଡପ ଆଜି ସାମିଲ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Oct 3, 2019, 11:52 PM IST

କଟକ: ଚଳିତ ବର୍ଷ ସହରରେ ସମୁଦାୟ ୨୭ଟି ଚାନ୍ଦି ମେଢ଼ ହୋଇଛି । ଆଉ ଏହି ତାଲିକାରେ ଛତ୍ରବଜାର ପୂଜା ମଣ୍ଡପ ଆଜି ସାମିଲ ହୋଇଛି । ପୂର୍ବରୁ ଭାଇଚାରାର ସହର କଟକରେ 24ଟି ଚାନ୍ଦି ମେଢ ଥିବାବେଳେ ଚଳିତ ବର୍ଷ ୩ଟି ନୂଆ ଚାନ୍ଦି ମେଢ଼ ସାମିଲ ହୋଇଛି । ଯେତେବେଳେ କି ଛତ୍ରବଜାର ପୂଜାମଣ୍ଡପ ୨୬ ନମ୍ବର ସ୍ଥାନରେ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଆଜି ଏହି ଚାନ୍ଦି ମେଢ଼କୁ ଉଦଘାଟନ କରାଯାଇଛି । କଟକ ମହାନଗର ଶାନ୍ତି କମିଟି, ସହରର ବିଭିନ୍ନ ପୂଜା କମିଟିର କର୍ମକାର୍ତ୍ତା, କଟକ ଡିସିପି ଉପସ୍ଥିତ ରହି ଏହି ନୂତନ ଚାନ୍ଦି ମେଢ଼କୁ ଉଦଘାଟନ କରିଛନ୍ତି । ତେବେ ଭାଇଚାରା ସହରରେ ଏହି ପୂଜା ମଣ୍ଡପ ଅନ୍ୟମାନଙ୍କ ପାଇଁ ଦିଗଦର୍ଶନ ଦେଖାଇବ ବୋଲି ଛତ୍ରବଜାର ପୂଜା ମଣ୍ଡପର ସଭାପତି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details