ଓଡିଶା

odisha

ବାଲିଯାତ୍ରାରେ ଚନ୍ଦ୍ରଯାନ-2, ଇସ୍ରୋ ବସରେ ଜମୁଛି ଭିଡ

By

Published : Nov 15, 2019, 8:50 PM IST

ବାଲିଯାତ୍ରାରେ ଇସ୍ରୋ ବସ୍‌ । ଲୋକଙ୍କୁ ଦେଉଛି ଭାରତୀୟ ଉପଗ୍ରହ ଗବେଷଣା ବାବଦରେ ସୂଚନା । ଶ୍ରୀହରିକୋଟାରୁ ଆସିଥିବା ଏହି ବସରେ ଦର୍ଶକ ଦେଖିବାକୁ ପାଉଛନ୍ତି ଇସ୍ରୋ ଉତକ୍ଷେପଣ କରିଥିବା ଉପଗ୍ରହ ଓ ରକେଟ ମଡେଲ ।

ଡିଜାଇନ ଫଟୋ

କଟକ: ବାଲିଯାତ୍ରାରେ ଇସ୍ରୋ ବସ୍‌ । ଲୋକଙ୍କୁ ଦେଉଛି ଭାରତୀୟ ଉପଗ୍ରହ ଗବେଷଣା ବାବଦରେ ସୂଚନା । ଶ୍ରୀହରିକୋଟାରୁ ଆସିଥିବା ଏହି ସ୍ପେଶାଲ ବସରେ ଦର୍ଶକଙ୍କ ପାଇଁ ଡିସପ୍ଲେ ହୋଇଛି ଇସ୍ରୋ ଉତକ୍ଷେପଣ କରିଥିବା ଉପଗ୍ରହ ଓ ରକେଟର ମଡେଲ । ଚନ୍ଦ୍ରଯାନ-1, ଚନ୍ଦ୍ରଯାନ-2 ସହିତ ମିଶନ ମାର୍ସ ଓ ବିଭିନ୍ନ ସାଟେଲାଇଟର ମଡେଲକୁ ପାଖରୁ ଦେଖୁଛନ୍ତି ଲୋକେ । ଏଗୁଡିକୁ ଲୋକଙ୍କୁ ଦେଖାଇବା ସହ ସବିଶେଷ ତଥ୍ୟ ଦେଉଛନ୍ତି ଇସ୍ରୋର ଟେକନିସିଆନ ଟିମ୍‌ ।

ବାଲିଯାତ୍ରାରେ ଚନ୍ଦ୍ରଯାନ-2, ଇସ୍ରୋ ବସରେ ଜମୁଛି ଭିଡ

ସେପଟେ ଏହି ବିଶେଷ ଆକର୍ଷଣକୁ ବାଲିଯାତ୍ରା ଦେଖିଆସିଥିବା କୌଣସି ବି ଦର୍ଶକ ହାତଛଡା କରୁନାହାଁନ୍ତି । ମହାକାଶ ବିଜ୍ଞାନ ସମ୍ପର୍କରେ କେବଳ ବହିରେ ପଢୁଥିବାରୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଏହାର ଭରପୂର ଫାଇଦା ଉଠାଉଛନ୍ତି । ଇସ୍ରୋର ଏହି ପ୍ରୟାସକୁ ସେମାନେ ଧନ୍ୟବାଦ ଜଣାଇଛନ୍ତି ।

ତେବେ ଇସ୍ରୋ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପରେ ଅନେକ ଛାତ୍ରଛାତ୍ରୀ ଅନୁପ୍ରାଣିତ ହୋଇ ଭବିଷ୍ୟତରେ ମହାକାଶ ଗବେଷଣା କେନ୍ଦ୍ରରେ ବୈଜ୍ଞାନିକ ହେବାକୁ ଇଚ୍ଛା ପ୍ରକାଶ କରିବେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details