ଓଡିଶା

odisha

ETV Bharat / city

ଲକଡାଉନରେ କଳାବଜାରୀ ରୋକିବା ଆହ୍ବାନ, ଯୋଗାଣ ବିଭାଗ ସହ ଚାମ୍ବର ଅଫ କମର୍ସ ତତ୍ପର

ଲକଡାଉନ ସମୟରେ କଳାବଜାରୀ ରୋକିବା ଉପରେ ଗୁରୁତ୍ବ । ଯୋଗାଣ ବିଭାଗ ସହ ତତ୍ପର ହେଲା ଚାମ୍ବର ଅଫ କମର୍ସ । ଅଧିକ ପଢନ୍ତୁ...

By

Published : May 5, 2021, 7:11 PM IST

Updated : May 7, 2021, 4:05 PM IST

ଲକଡାଉନରେ କଳାବଜାରୀ ରୋକିବା ଆହ୍ମାନ , ଯୋଗାଣ ବିଭାଗ ସହ ଚାମ୍ବର ଅଫ କମର୍ସ ତତ୍ପର
ଲକଡାଉନରେ କଳାବଜାରୀ ରୋକିବା ଆହ୍ମାନ , ଯୋଗାଣ ବିଭାଗ ସହ ଚାମ୍ବର ଅଫ କମର୍ସ ତତ୍ପର

କଟକ:କୋଭିଡର ଭୟାବହତା ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟବ୍ୟାପୀ ଲକଡାଉନ। ତେବେ ବର୍ତ୍ତମାନ ପରିସ୍ଥିତିରେ ଯେପରି ଭାବେ କଳାବଜାରୀ ନହୁଏ ତାକୁ ବିଶେଷ ଗୁରୁତ୍ବ ଦିଆଯାଉଛି । ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ ସମସ୍ତ ଜିଲ୍ଲାକୁ ତାଗିଦ କରିଛନ୍ତି । ବେଆଇନ ମହଜୁଦକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ଲକଡାଉନରେ କଳାବଜାରୀ ରୋକିବା ଆହ୍ବାନ, ଯୋଗାଣ ବିଭାଗ ସହ ଚାମ୍ବର ଅଫ କମର୍ସ ତତ୍ପର

ତେବେ ଏହାରି ମଧ୍ୟରେ ମାଲଗୋଦାମରେ କଳାବଜାରୀ ଉପରେ ରୋକ ଲଗାଇବା ପାଇଁ ଚାମ୍ବର ଅଫ କମର୍ସ ପକ୍ଷରୁ 12 ଜଣିଆ ଏକ ଟିମ ମଧ୍ୟ ଗଠନ କରାଯାଇଛି । ଏହାଦ୍ବାରା ପ୍ରତିଟି ଗୋଦାମ ଉପରେ ନଜର ରଖିବା ସହ ଚାମ୍ବର ଅଫ କମର୍ସକୁ ସୂଚନା ଦେଇ ପାରିବେ । ଗତବର୍ଷ ଲକଡାଉନ ସମୟ ମଧ୍ୟରେ କଳାବଜାରୀ ରୋକିବା ପାଇଁ ମଧ୍ୟ ଏହି ଯୋଜନା ଆରମ୍ଭ ହୋଇଥିଲା ।ତେବେ ପୂର୍ବ ବର୍ଷ ପରି କଳାବଜାରୀ ରୋକିବା ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନେଇଛି ଚାମ୍ବର ଅଫ କମର୍ସ । ସେହିପରି ବେଆଇନ ମହଜୁଦ ଓ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରିବା ପରି କାର୍ଯ୍ୟରେ ସମ୍ପୃକ୍ତ ଥିବା ବ୍ୟବସାୟୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ ସୂଚନା ଦେଇଛି ଚାମ୍ବର ଅଫ କମର୍ସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : May 7, 2021, 4:05 PM IST

ABOUT THE AUTHOR

...view details