କଟକ: ଛାତ୍ରଙ୍କୁ ମିଳୁନି ସୁରକ୍ଷା। ଶୋଇଛନ୍ତି କେନ୍ଦ୍ର ସରକାର। ଜେଏନୟୁ ବିଶ୍ବବିଦ୍ୟାଳୟ ପରିସରରେ ଯେଉଁପରି ଭାବରେ ଅମାନୁଷିକ ଢ଼ଙ୍ଗରେ ଆକ୍ରମଣ କରାଗଲା ତାହା ପାଇଁ ଦାୟୀ କେବଳ କେନ୍ଦ୍ର ସରକାର ବୋଲି ଦାବି କରିଛି ଛାତ୍ର କଂଗ୍ରେସ।
ଏହାସହିତ ବିଶ୍ବବିଦ୍ୟାଳୟରେ ହୋଇଥିବା ଏହି ଆକ୍ରମଣ ପାଇଁ ସାରା ଦେଶ ମର୍ମାହତ। ଏହି ଅମାନବୀୟ ଘଟଣାର ଉଚ୍ଚ ତଦନ୍ତ ଦାବି କରି ଆଜି(ଗୁରୁବାର) ରାଜ୍ୟପାଳଙ୍କ ଉଦେଶ୍ୟରେ ଆରିଡ଼ସିଙ୍କୁ ଦାବିପତ୍ର ପ୍ରଦାନ କରିଛି ଛାତ୍ର କଂଗ୍ରେସ ।