କଟକ: ହୁ ହୁ ହୋଇ ବଢୁଛି କୋରୋନା ସଂକ୍ରମଣ। ପ୍ରତ୍ୟକ ଦିନ ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ କରାଯାଉଛି। ସ୍ଥିତି ଏମିତିକି ହସ୍ପିଟାଲରେ ବେଡର ଘୋର ଅଭାବ ଦେଖାଦେଉଛି। କେଉଁଠି କେଉଁଠି ଗୋଟିଏ ବେଡରେ ୨/ ୩ ଜଣ କୋରୋନା ରୋଗୀ ରହୁଛନ୍ତି। ଯାହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ମୋକିମ।
କୋରୋନା ସଂକ୍ରମଣ ବେଲଗାମ ପ୍ରସଙ୍ଗ, କେନ୍ଦ୍ର ସରକାରକୁ ଦାୟୀ କଲେ ମୋକିମ - କଟକ ବାଟବାଟୀ ବିଧାୟକ
କୋରୋନା ସଂକ୍ରମଣ ବେଲଗାମ ପ୍ରସଙ୍ଗ । କେନ୍ଦ୍ର ସରକାରକୁ ଦାୟୀ କଲେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । କେନ୍ଦ୍ର ସରକାରଙ୍କ କୋଭିଡ ମୁକାବିଲାରେ ଉଚିତ ସମୟରେ ଠିକ ପଦକ୍ଷେପ ନେଇନାହିଁନ୍ତି ବୋଲି ମୋକିମ କହିଛନ୍ତି । ଭାରତରେ କୋରୋନାସ୍ଥିତି ପାଇଁ ସମ୍ପୂର୍ଣ୍ଣ ଭାବରେ କେନ୍ଦ୍ର ଦ୍ବାୟୀ ବୋଲି କହିଛନ୍ତି । ଅଧିକ ପଢନ୍ତୁ...
କଟକ ସହରରେ ବି ଜଟିଳ ପରିସ୍ଥିତି ଦେଖିବାକୁ ମିଳିଲାଣି। ଚିହ୍ନଟ ହେଉଥିବା କୋଭିଡ ରୋଗୀଙ୍କ ମଧ୍ୟରୁ ଅନେକ ରୋଗୀ ବେଡ଼ ନପାଇ ହସ୍ପିଟାଲ ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦ୍ବାୟୀ କରିଛନ୍ତି କଂଗ୍ରେସ ବିଧାୟକ ମୋକିମ। ପୂର୍ବବର୍ଷ ଭଳି ଚଳିତ ବର୍ଷ ସହରର ସମସ୍ତ ହସ୍ପିଟାଲକୁ କୋଭିଡ ପରିଚାଳନା ପାଇଁ ଦାୟିତ୍ବ ଦିଆଯାଉ ବୋଲି ବିଧାୟକ ଦାବି କରିଛନ୍ତି। ସେହିପରି ସମସ୍ତ ହସ୍ପିଟାଲରେ ବେଡ଼ ସଂଖ୍ୟା ବୃଦ୍ଧି ସାଙ୍ଗକୁ ଆଇସିୟୁ ଅକ୍ସିଜେନ ମହଜୁତ ରଖିବାକୁ ବିଧାୟକ ପରାମର୍ଶ ଦେଇଛନ୍ତି। ସେହିପରି ଦେଶରେ କୋରୋନା ବ୍ୟାପିବା ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଦାୟୀ ବୋଲି ବିଧାୟକ କହିଛନ୍ତି।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ