କଟକ: ସିଲଭର ସିଟିରେ ବଢୁଛି ଅପରାଧ । ଦିନ ଦ୍ବିପ୍ରହରରେ ହେଉଛି ଲୁଟପାଟ ଓ ଡକାୟତି । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଡକାୟତ । ପ୍ରତ୍ୟକ ଦିନ ସହରରେ କେଉଁଠି ନାଁ କେଉଁଠି ଚୋରି, ଡକାୟତି ମାମଲା ଦେଖିବାକୁ ମିଳୁଛି । କହିଵାକୁ ଗଲେ ଅପରାଧୀଙ୍କ ଚାଲକୁ ବୁଝି ପାରୁନି ପୋଲିସ। କୋରୋନା ଯୋଗୁଁ ଲୋକଙ୍କ ରୋଜଗାର ଯାଇଛି । ସ୍ଥିତି ଏମିତି ହୋଇଛି ଯେ ପେଟ ପୋଷିବା ପାଇଁ ଅସାଧୁ ବାଟକୁ ଆପଣାଉଛନ୍ତି ଅନେକ ଯୁବକ । ଯେଉଁଥିପାଇଁ ଚୋରି ଡକାୟତି ମାମଲା ବୃଦ୍ଧି ପାଉଛି।
କ୍ରାଇମ ଜୋନ ପାଲଟିଛି କଟକ, ପୋଲିସକୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ - crime
ସିଲଭର ସିଟିରେ ବଢୁଛି ଅପରାଧ । ଦିନ ଦ୍ବିପ୍ରହରରେ ହେଉଛି ଲୁଟପାଟ ଓ ଡକାୟତି । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଡକାୟତ । ସିସିଟିଭି ଲଗାଇବାକୁ ସହରବାସୀ ଦାବି କରିଛନ୍ତି । ଅଧିକ ପଢନ୍ତୁ...
![କ୍ରାଇମ ଜୋନ ପାଲଟିଛି କଟକ, ପୋଲିସକୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ cctv yet to installed in cuttack to check activity of criminal as crime increase in silver city day by day](https://etvbharatimages.akamaized.net/etvbharat/prod-images/768-512-10201096-thumbnail-3x2-kk.jpg)
କ୍ରାଇମ ଜୋନ ପାଲଟିଛି କଟକ , ପୋଲିସକୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ
କେବଳ ସେତିକି ନୁହେଁ, କେତେବେଳେ ମହିଳାଙ୍କୁ ଦୁଷ୍କର୍ମ କରାଯାଉଛି ତ ଆଉ କେତେବେଳେ ବେକରୁ ସୁନା ଚେନ ଝାମ୍ପି ନେଇଛନ୍ତି ଦୁବୃର୍ତ୍ତ । ଆଉ ସେମାନଙ୍କୁ ଧରିବାରେ ସକ୍ଷମ ହେଉ ନାହାନ୍ତି ପୋଲିସ ବାବୁ। ଯାହା କଟକବାସୀଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ସହରରେ ସିସିଟିଭି ନଥିବାରୁ ଅପରାଧିମାନେ ସହଜରେ ଅପରାଧ ଘଟାଇ ଖସି ଯାଉଛନ୍ତି। ସିସିଟିଭି ଲଗାଇବାକୁ ସହରବାସୀ ଦାବି କରିଛନ୍ତି।
କ୍ରାଇମ ଜୋନ ପାଲଟିଛି କଟକ , ପୋଲିସକୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ
ତେବେ ଖୁବଶୀଘ୍ର ଏହା କରାଯିବ ବୋଲି କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ସହରକୁ ସୁରକ୍ଷା ଦେବେକୁ ୧୦ କୋଟି ଟଙ୍କାର ବ୍ୟୟରେ ୧୯୭ ଟି ଓ୍ବୟାରଲେସ ସିସି କ୍ୟାମେରା ଏଯାବତ ସହରରେ ଲାଗିପାରିଲା ନାହିଁ। ରାଜ୍ୟ ପୋଲିସ ହାଉସିଂ ଓ ଓ୍ବେଲଫେୟାର କର୍ପୋରେସନ ପକ୍ଷରୁ ସହରରେ କ୍ୟାମେରା ଖଞ୍ଜିବାକୁ ଦାୟିତ୍ବ ଦିଆଯାଇଛି । କିନ୍ତୁ ଏହା କେବଳ କାଗଜ କଲମରେ ସୀମିତ ରହିଯାଇଛି। ସମନ୍ବୟ ଅଭାବରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ