ଓଡିଶା

odisha

ETV Bharat / city

ଆଇନକୁ ଫୁ, ସାଂସଦଙ୍କୁ ଲୋଡା ନାହିଁ ସିଟ୍‌ବେଲ୍ଟ

ନୂଆ ମୋଟରଯାନ ଆଇନକୁ ଫୁ କରିଦେଉଛନ୍ତି ଲୋକ ପ୍ରତିନିଧି । କାରରେ ଯାଉଥିବା ବେଳେ ସିଟ ବେଲ୍ଟ ପିନ୍ଧୁନାହାନ୍ତି ଭର୍ତ୍ତୃହରି ।

By

Published : Sep 16, 2019, 5:50 PM IST

ଆଇନକୁ ଫୁ, ସାସଂଦଙ୍କୁ ଲୋଡା ନାହିଁ ସିଟ୍‌ବେଲ୍ଟ

କଟକ: ନୂଆ ମଟରଯାନ ଆଇନକୁ ନେଇ ସମସ୍ତଙ୍କୁ କରାଯାଉଛି ସଚେତନ । ଏହାସହ ଆଇନ ଅମାନ୍ୟ କଲେ ମୋଟା ଅଙ୍କର ତଣ୍ଡ ମଧ୍ୟ ଗଣୁଛନ୍ତି ଲୋକେ। ମାତ୍ର ଏହି ନିୟମକୁ ଫୁ କରିଦେଉଛନ୍ତି ଲୋକ ପ୍ରତିନିଧି।

ଆଇନକୁ ଫୁ, ସାସଂଦଙ୍କୁ ଲୋଡା ନାହିଁ ସିଟ୍‌ବେଲ୍ଟ

ତେବେ ଏକଥା ଆମେ କହୁନାହିଁ । ଆପଣ ନିଜେ ଦେଖନ୍ତୁ ଏହି ଦୃଶ୍ୟ । କଟକ ସାଂସଦ ଭର୍ତ୍ତୃହରି ମହତାବ । କାରରେ ଯାଉଥିବା ବେଳେ ସିଟ ବେଲ୍ଟ ପିନ୍ଧୁନାହାନ୍ତି ଭର୍ତ୍ତୃହରି । କେବଳେ ସେ ଏକା ନୁହଁନ୍ତି ତାଙ୍କ ଡ୍ରାଇଭର ମଧ୍ୟ ବିନା ସିଟ ବେଲ୍ଟରେ ବେଝିଜକ୍ ଗାଡି ଚଳାଉଛନ୍ତି। ଯେଉଁ ଦୃଶ୍ୟ କଏଦ ହୋଇଛି ଇଟିଭି ଭାରତ କ୍ୟାମେରାରେ। ତେବେ ଏହି ନିୟମ ସମସ୍ତଙ୍କ ପାଇଁ ଥିଲା ବେଳେ ସାଂସଦ କ'ଣ ଆଇନର ଉର୍ଦ୍ଧ୍ବରେ ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ।

ସାରା ଦେଶରେ ମୋଟର ଯାନ ଆଇନକୁ କଡାକଡ଼ି ଭାବରେ ପାଳନ କରାଯାଉଥିବାବେଳେ, ଆଇନ ଉଲଂଘନ କଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡୁଛି। ଏନେଇ ଓଡିଶାରେ ମଧ୍ୟ ବାରମ୍ବାର ସଚେତନ କରାଯାଉଛି। ବିଶେଷକରି ହେଲମେଟ ବ୍ୟବହାର ନ କଲେ, ଗାଡିରେ ସିଟବେଲ୍ଟ ବ୍ୟବହାର ନକଲେ ଆଇନ ଅନୁଯାୟୀ ଦଣ୍ଡିତ ମଧ୍ୟ କାରାଯାଉଛି। ମାତ୍ର ଲୋକପ୍ରତିନିଧିଙ୍କ ପାଇଁ ଏହା ବୋଧ ହୁଏ ଲାଗୁ ହେଉନାହିଁ । 6 ଥର ସାଂସଦ ହୋଇଥିବା ଭର୍ତ୍ତୃହରିଙ୍କ କାର୍ଯ୍ୟକଳାପ ଏହା ପ୍ରମାଣ କରୁଛି। ଏହି ନିୟମକୁ ସତେ ଯେପରି ଫୁ କରିଦେଇଛନ୍ତି ଭର୍ତ୍ତୃହରି।

ଯଦି ଜଣେ ସାଂସଦ ଆଇନକୁ ମାନୁ ନାହାନ୍ତି ତେବେ ସାଧାରଣ ଲୋକ ଏଥିରୁ କଣ ଶିକ୍ଷା କରିବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details