କଟକ : କଟକ ମହାନଗର ନିଗମ କାଞ୍ଜିଆ ହୁଦାରେ ଗାଈ ଷଣ୍ଢକୁ ବିକ୍ରି ହେଉଥିବା ନେଇ ଅଭିଯୋଗ ଆସିଛି । ଏଭଳି ସଂଗୀନ ଅଭିଯୋଗ କରିଛନ୍ତି ହିନ୍ଦୁ ସେନା ଏବଂ ସ୍ଥାନୀୟ ଲୋକ । ସତୀଚଉରା ନିକଟରେ କାଞ୍ଜିଆ ହୁଦାର କର୍ମଚାରୀ ବୁଲା ଗାଈ ଗୋରୁଙ୍କୁ ଆଣି ରଖିବା ବଦଳରେ ବିକ୍ରି କରି ଦେଉଛନ୍ତି । ସହରର ଟ୍ରାଫିକ ସମସ୍ୟାକୁ ଏଡ଼ାଇବା ପାଇଁ ମହାନଗର ନିଗମ ପକ୍ଷରୁ ବୁଲା ଗାଈ ଗୋରୁଙ୍କୁ ଗାଡି ଯୋଗେ ଆଣି କାଞ୍ଜିଆ ହୁଦାରେ ରଖାଯାଇଥାଏ ।
କାଞ୍ଜିଆ ହୁଦା ନାଁରେ ଗୋଚାଲାଣ ଅଭିଯୋଗ - ଗୋଚାଲାଣ ଅଭିଯୋଗ
କାଞ୍ଜିଆ ହୁଦା ନାଁରେ ଗୋଚାଲାଣ ଅଭିଯୋଗ । ଗାଈ ଗୋରୁଙ୍କୁ ଆଣି ରଖିବା ବଦଳରେ ବିକ୍ରି କରି ଦେଉଛନ୍ତି । ଅଧିକ ପଢ଼ନ୍ତୁ
କାଞ୍ଜିଆ ହୁଦା ନାଁରେ ଗୋଚାଲାଣ ଅଭିଯୋଗ
କାଞ୍ଜିଆ ହୁଦା ନାଁରେ ଗୋଚାଲାଣ ଅଭିଯୋଗ
ଗାଈ ଷଣ୍ଢ ବିକ୍ରି ଘଟଣାରେ କାଞ୍ଜିଆ ହୁଦାର କର୍ମଚାରୀ ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ ହୋଇଛି । ସେପଟେ ଏହି ଅଭିଯୋଗରେ କୌଣସି ସତ୍ୟତା ନାହିଁ ଏକ ଆଶ୍ରମକୁ ଦିଆଯାଇଥିବା କହିଛନ୍ତି କାଞ୍ଜିଆ ହୁଦାର କର୍ମଚାରୀ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ