ଓଡିଶା

odisha

ETV Bharat / city

ବାରବାଟୀ ମୁକାବିଲା, ଖେଳାଳିଙ୍କ ସୁରକ୍ଷା ପାଇଁ କାରକେଡ୍ ରିହରସାଲ - carcade practice

ବାରବାଟୀ ମହାମୁକାବିଲା ପାଇଁ ହାତରେ ଆଉ ମାତ୍ର 3 ଦିନ । ଖେଳାଳି କିପରି ସୁରକ୍ଷିତ ଆସିବେ ସେନେଇ କମିଶନରେଟ ପୋଲିସ ପକ୍ଷରୁ ଆୟୋଜିତ ହୋଇଛି କାରକେଡ ରିହାରସାଲ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

carcade practice
ଖେଳାଳିଙ୍କ ସୁରକ୍ଷା ପାଇଁ କାରକେଡ

By

Published : Dec 18, 2019, 8:23 PM IST

Updated : Dec 18, 2019, 10:46 PM IST


ଭୁବନେଶ୍ବର: ପାଖେଇ ଆସୁଛି ବାରବାଟୀ ମୁକାବିଲା । ଭାରତ-ଇଣ୍ଡିଜ୍ ମ୍ୟାଚ ପାଇଁ ଷ୍ଟାଡିୟମ ବି ପ୍ରସ୍ତୁତ । ଆସନ୍ତା 22 ତାରିଖରେ ଖେଳାଯିବ ମ୍ୟାଚ । ଏହାପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରୁ ହୋଟେଲ୍ ମେ ଫେୟାର ପର୍ଯ୍ୟନ୍ତ କମିଶନରେଟ୍ ପୋଲିସ କାରକେଡ ରିହରସାଲ କରିଥିବାବେଳେ କଟକରେ ମଧ୍ୟ ହୋଇଛି ରିହାରସାଲ । ମେଗା ଆୟୋଜନରେ ଖେଳାଳି କିପରି ସୁରକ୍ଷିତ ଆସି ଯାଇପାରିବେ ସେଥିପାଇଁ ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ହେଲା ରିହରସାଲ । କଡା ପୋଲିସ ସୁରକ୍ଷା ବଳୟ ମଧ୍ୟରେ ବୁଧବାର ଷ୍ଟାଡିୟମ ରୋଡରେ କାରକେଡ ଅନୁଷ୍ଠିତ ହୋଇଛି ।

ବାରବାଟୀ କାଉଣ୍ଟଡାଉନ, ଖେଳାଳିଙ୍କ ସୁରକ୍ଷା ପାଇଁ କାରକେଡ

ଖେଳାଳିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଖେଳାଳି ଆସିବା ପୂର୍ବରୁ ରିହରସାଲ କରିଛନ୍ତି କମିଶନରେଟ ପୋଲିସ । ଉଭୟ ଦଳର ଟିମ ବସ ବିମାନ ବନ୍ଦରରୁ ଭାୟା ମେ ଫେୟାର ଦେଇ କଟକ ଗସ୍ତ କରିବ । ଏନେଇ ରହିଛି ସ୍ବତନ୍ତ୍ର ରୁଟ ଲାଇନ ।

କମିଶନରେଟ ପୋଲିସର ଅନେକ ଉଚ୍ଚ ପଦାଧିକାରୀ ଉକ୍ତ କାରକେଡରେ ସାମିଲ ହୋଇଥିଲେ ।

ଭୁବନେଶ୍ବରରୁ ତାପସ ପରିଡା ଓ କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

Last Updated : Dec 18, 2019, 10:46 PM IST

ABOUT THE AUTHOR

...view details