କଟକ:CBI ପଞ୍ଝାରେ ଶିଳ୍ପପତି ମହିମା ମିଶ୍ର । ତାଙ୍କର କଟକସ୍ଥିତ OSL(Odisha Stevedores Limited) କାର୍ଯ୍ୟାଳୟରେ ଆଜି ଚଢ଼ାଉ କରିଛି CBI । ଦୀର୍ଘ ସମୟ ଧରି ଛାନଭିନ୍ ଚାଲିଛି । ମହିମା ମିଶ୍ରଙ୍କ ଅଫିସ ପରେ କଟକ ଓଡ଼ିଆ ବଜାରସ୍ଥିତ ବାସଭବନରେ ତାଙ୍କୁ ପଚରାଉଚରା କରାଯିବ ନେଇ ସୂଚନା ରହିଛି ।
ସେପଟେ ପାରଦ୍ବୀପ ପୋର୍ଟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ମଧ୍ୟ ସିବିଆଇ ରେଡ୍ କରିଥିବାର ସୂଚନା ମିଳିଛି । ପାରଦ୍ବୀପ ବନ୍ଦରର ଜଣେ ଅଧିକାରୀ ଓ ଠିକାଦାର ୨୫ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗ ରହିଛି । ଏହି ମାମଲାରେ ଛାନଭିନ୍ ବେଳେ ଶିଳ୍ପପତି ମହିମା ମିଶ୍ରଙ୍କ ଅଫିସ ଓ ବାସଭବନ ଉପରେ ଚଢ଼ାଉ କରିଛି CBI ।
କଟକ ଲିଙ୍କ୍ ରୋଡ୍ସ୍ଥିତ OSL କାର୍ଯ୍ୟାଳୟ ଓ ପାରାଦ୍ବୀପସ୍ଥିତ ବଡ଼ପଡ଼ି ଅଫିସ୍ ଉପରେ ଚଢ଼ାଉ କରିଛି CBI । ସେପଟେ ପାରାଦ୍ବୀପ ବନ୍ଦର ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ ଓ ଠିକାଦାର ସୁମନ୍ଦ ରାଉତଙ୍କୁ ପାରାଦ୍ବୀପ ଗେଷ୍ଟ ହାଉସ୍ରେ ପଚରାଉଚରା ଜାରି ରହିଛି । ଏତେଗୁଡ଼ାଏ ଟଙ୍କା ଲାଞ୍ଚ ପଛର କାରଣ ଖୋଜୁଛି CBI ଟିମ୍ । ଏହି ଲାଞ୍ଚ କାରବାରରେ କେହି ଜଣେ ମଧ୍ୟସ୍ଥି ରହିଥିବା ସନ୍ଦେହ କରୁଛି ତଦନ୍ତକାରୀ ଦଳ ।