କଟକ: କୋରୋନା ମୁକାବିଲା ପାଇଁ କମିଶନରେଟ ପୋଲିସଙ୍କ ସହ ବ୍ୟବସାୟୀକଙ୍କ ବୈଠକ । ସିଲଭର ସିଟିର ବ୍ୟବସାୟୀ ଅନୁଷ୍ଠାନ ଗୁଡ଼ିକ ଅଧିକ ଗୁରୁତ୍ବ ଦେବାକୁ ଏଥିରେ ପରାମର୍ଶ ଦିଆଯାଇଛି । କୋଭିଡ୍ କଟକଣା ଉପରେ ଗୁରୁତ୍ବ ଦେବାକୁ ପଡ଼ିବ ବୋଲି କମିଶନରେଟ ପୋଲିସ କହିଛନ୍ତି ।
ତେବେ ଆଲୋଚନା ଅନୁଯାୟୀ କ୍ଷୁଦ୍ର ବ୍ୟବସାୟୀମାନେ ବ୍ୟାରିକେଡ ରଖିବାକୁ ପଡ଼ିବ ବୋଲି ନିଷ୍ପତ୍ତି ହୋଇଛି । ବଜାର କମିଟି ଚାହିଁଲେ ଭଲ୍ୟୁଣ୍ଟିୟର ରଖିପାରିବେ। ଭଲ୍ୟୁଣ୍ଟିୟରମାନେ କୋରୋନା କଟକଣା ଉପରେ ନଜର ରଖି ପାରିବେ। ଏଥିସହ ସହରରେ କୋରୋନା ସଂକ୍ରମଣ ସ୍ଥିତି ଦେଖି ସନ୍ଧ୍ୟା 6ଟାରୁ ଦୋକାନ ବଜାର ବନ୍ଦ ରଖିବା ପାଇଁ ବଜାର କମିଟିର ପ୍ରସ୍ତାବ ରହିଛି ।