ଓଡିଶା

odisha

ETV Bharat / city

ଲକଡାଉନ ଚଡକ, ବେଶୀ ପ୍ରଭାବିତ ବସ୍ ମାଲିକ

ଦେଢ ମାସ ହେଲା ଗଡିନି ଗୋଟିଏ ବି ବସ । ପଡିରହିଛି 14 ହଜାରରୁ ଅଧିକ ବସ । ଦୁର୍ଦ୍ଦିନରେ 56 ହଜାର କର୍ମଚାରୀ । ଅଧିକ ପଢନ୍ତୁ...

ଲକଡାଉନ ଚଡକ, ବେଶୀ ପ୍ରଭାବିତ ବସ୍ ମାଲିକ
ଲକଡାଉନ ଚଡକ, ବେଶୀ ପ୍ରଭାବିତ ବସ୍ ମାଲିକ

By

Published : May 7, 2020, 8:45 PM IST

କଟକ: ପ୍ରଥମେ କୋରୋନା ସଂକ୍ରମଣର ଡର । ଏକାଠି ଅଧିକ ଲୋକ ଯାତାୟତ ଉପରେ କଟକଣା । ଫଳରେ ବନ୍ଦ ହେଲା ବସ ସେବା । ଦ୍ବିତୀୟରେ ଲକଡାଉନ ଘୋଷଣା । ନିୟମ ମାନି ଯାହା ଚାଲିଥାନ୍ତା ବସ, ସେଥିରେ ବି ଲାଗିଲା ରୋକ । ଦୁଇ ଦୁଇଟି କାରଣରୁ ଏବେ ସଙ୍କଟରେ ରାଜ୍ୟ ବସ ମାଲିକ ।

ଲକଡାଉନ ଚଡକ, ବେଶୀ ପ୍ରଭାବିତ ବସ୍ ମାଲିକ

ବସ ସେବା ସମ୍ପୂର୍ଣ୍ଣ ବନ୍ଦ । ଦେଢ ମାସ ହେଲା ଗଡିନି ଗୋଟିଏ ବି ବସ । ପଡିରହିଛି 14 ହଜାରରୁ ଅଧିକ ବସ । ଦୁର୍ଦ୍ଦିନରେ 56 ହଜାର କର୍ମଚାରୀ । 9000 ନୂଆ ବସ ମାଲିକଙ୍କ ଭିତରେ ପଡିଛି ଭାଳେଣୀ । ମୁଣ୍ଡରେ ପଡିଛି ବ୍ୟାଙ୍କ ଋଣ ସୁଝିବାର ଚଡକ । ବସ ଚାଲୁନି କିନ୍ତୁ ନିୟମ ଅନୁସାରେ ଇଏମଆଇ ଦେବେ । ଲକଡାଉନରେ ବେପାର ଠପ । କେଉଁଠୁ ଆଣିବେ ଟଙ୍କା ସେନେଇ ଚିନ୍ତାଗ୍ରସ୍ତ ।

କଟକର ଜଣେ ବସ ମାଲିକ କିଶୋର ବିଶ୍ବାଳ । ବସ ବ୍ୟବସାୟ ବ୍ୟାଙ୍କରୁ ଆଣିଥିଲେ ୧୫ ଲକ୍ଷ ଟଙ୍କା ଲୋନ । ଏପ୍ରିଲ ମାସରୁ ବସ ଚାଲିବା ପରେ ଭଲ ବ୍ୟବସାୟ ଆଶା ଥିଲା । ହେଲେ ଲକଡାଉନ ମାଡରେ ସବୁ ଆଶା ଭାଙ୍ଗିଗଲା । ନା ଚାଲିଲା ବସ ନା ହେଲା ବେପାର । ସେହିପରି କିଶୋର ସାହୁଙ୍କ ଅବସ୍ଥା ସମାନ । ନୂଆ ବସ କିଣିବାର ୬ ମାସ ନପୂରୂଣୁ ବେପାର ବନ୍ଦ । ହେଲେ ମାସକୁ ଦେବେ 41 ହଜାର ଇଏମଆଇ ।

ଉଭୟଙ୍କୁ ଲାଗିଛି କୋରୋନା ଓ ଲକଡାଉନ ଝଟକା । ବ୍ୟାଙ୍କ ଋଣ ସୁଝିବା ଚିନ୍ତାରେ ଘାଣ୍ଟି ହେଉଛନ୍ତି ଉଭୟ । ପରିସ୍ଥିତି ଦେଖି ସରକାରଙ୍କ ସହାୟତା ଲୋଡିଛି ବସ ମାଲିକ ସଙ୍ଘ । ଟିକସ ସହ 6 ମାସର ଇଏମଆଇ ଛାଡିବାକୁ କରିଛି ଦାବି । ରାଜ୍ୟ ଯୋଗାଯୋଗର ବଡ ମାଧ୍ୟମ ବସସେବା । ହେଲେ ପରିସ୍ଥିତି ଚାପରେ ଏହାସହ ଯୋଡିହୋଇଥିବା ଛୋଟ ବଡ ବ୍ୟବସାୟୀଙ୍କ ଅବସ୍ଥା ଖରାପ । କେବେ ପୁଣି ରାସ୍ତାରେ ଗଡିବ ବସ ଆଉ ଜମିବ ବେପାର, ଏଇ ଆଶାରେ ଚାହିଁ ବସିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details