ଓଡିଶା

odisha

ETV Bharat / city

ବଜ୍ରାଘାତରେ ମଇଁଷି ଚରାଳିଙ୍କ ମୃତ୍ୟୁ - ଘାତକ ହେଉଛି ବଜ୍ରପାତ

କଟକ ନରସିଂହପୁର ବ୍ଲକ ଅନ୍ତର୍ଗତ ବାଲିଝରି ଗୋପାଳ ସାହିରେ ଅଘଟଣ । ପୋଡନାଳକୁ ଯାଇଥିବା ସମୟରେ ମଇଁଷି ଚରାଳି ବୁଦ୍ଧିଆ ବେହେରାଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

By

Published : Oct 8, 2019, 4:39 AM IST

କଟକ: ରାଜ୍ୟରେ ଘାତକ ହେଉଛି ବଜ୍ରପାତ । ସୋମବାର ସନ୍ଧ୍ୟାରେ ମଧ୍ୟ ବଜ୍ରାଘାତ ଜୀବନ ନେଇଛି । ସୋମବାର ସନ୍ଧ୍ୟାରେ ନରସିଂହପୁର ବ୍ଲକ ଅନ୍ତର୍ଗତ ବାଲିଝରି ଗୋପାଳ ସାହିରେ ଏହି ଅଘଟଣ ଘଟିଛି । ପୋଡନାଳକୁ ଯାଇଥିବା ସମୟରେ ମଇଁଷି ଚରାଳି ବୁଦ୍ଧିଆ ବେହେରାଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି ।

ବଜ୍ରାଘାତ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବଡ଼ମ୍ବା ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details