କଟକ: ବର୍ଷ ଶେଷରେ ପଡୁଥିବା ସରକାରୀ ଛୁଟି ଦିବସକୁ ଦୃଷ୍ଟିରେ ରଖି ଦଶମ ଶ୍ରେଣୀର ସମେଟିଭ 1 (10 Summative 1 Exam) ପରୀକ୍ଷା ତାରିଖରେ ପରିବର୍ତ୍ତନ କରିଛି ମାଧ୍ୟମିକ ଶିକ୍ଷା ପରିଷଦ(Board of Secondary Education) । ଚଳିତବର୍ଷ ଡିସେମ୍ବର ମାସ ଶେଷ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷାକୁ ଆସନ୍ତା ଜାନୁଆରୀ ମାସ ପ୍ରଥମ ସପ୍ତାହକୁ ଘୁଞ୍ଚାଇ ଦିଆଯାଇଛି ।
ଏହି ପରୀକ୍ଷା ଆସନ୍ତା ଜାନୁଆରୀ ମାସ 5 ତାରିଖରୁ ଆରମ୍ଭ ହୋଇ 8 ତାରିଖ ପର୍ଯ୍ୟନ୍ତ 4 ଦିନ ଧରି ଚାଲିବ । ପ୍ରତି ଦିନ ଦୁଇଟି ସିଟିଂରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷା ପାଇଁ ପ୍ରାୟ 5 ଲକ୍ଷ 70 ହଜାର ପରୀକ୍ଷାର୍ଥୀ ଫର୍ମ ପୂରଣ(Form Fill up) କରିଥିବା ବେଳେ ପରୀକ୍ଷାକୁ ନେଇ ବୋର୍ଡ ନିଜର ପ୍ରସ୍ତୁତି ଶେଷ କରିସାରିଥିବା କହିଛନ୍ତି କର୍ତ୍ତୃପକ୍ଷ । ତେବେ ବୋର୍ଡ ଇତିହାସରେ ପ୍ରଥମ ଥର ଲାଗି ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷାକୁ ନେଇ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ।