କଟକ: ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି । କମ୍ପୁଛି କଟକରୁ କଳାହାଣ୍ଡି । ଆଜି(ବୁଧବାର) କଟକ ଅରିଲୋରେ ଅତ୍ୟାଧୁନିକ ମେଗା ଓମଫେଡ ଡାଏରୀ ପ୍ଲାଣ୍ଟ ଉଦଘାଟନ କରିବାକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ନବୀନ ପଟ୍ଟନାୟକଙ୍କୁ ଜୋରଦାର ବିରୋଧ କରିଛି କଟକ ବିଜେପି ।
ମମିତା ହତ୍ୟାକାଣ୍ଡରେ ଉଦାସୀନତା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ସବୁ ସ୍ଥାନରେ ସାମାଜିକ ବାସନ୍ଦ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ସବୁ କାର୍ଯ୍ୟକ୍ରମକୁ ବର୍ଜନ କରାଯିବା ସହିତ ଗାଡିର ଚକ ଗଡାଇବାକୁ ନ ଦିଆଯିବା ବ୍ୟବସ୍ଥା କରାଯାଇଛି। ଯେଉଁଠିକୁ ମୁଖ୍ୟମନ୍ତ୍ରୀ ଯାଉଛନ୍ତି ସେଠାରେ ବିଜେପି ପ୍ରବଳ ବିରୋଧ କରୁଛି। ଏହାସହିତ କଳାପତାକା ପ୍ରଦର୍ଶନ ସହିତ ଅଣ୍ଡାମାଡ ହୋଇଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଛି ।