ଓଡିଶା

odisha

ETV Bharat / city

ମାହାଙ୍ଗା ଡବଲ ମର୍ଡର ମାମଲା; ଶାସକ ଦଳ ଉପରେ ବର୍ଷିଲେ ବିଜେପି ରାଜ୍ୟ ପ୍ରଭାରୀ

ମାହାଙ୍ଗା ଡବଲ ମର୍ଡର ମାମଲାକୁ ନେଇ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ । ଅଧିକ ପଢନ୍ତୁ...

ବିଜେପି ରାଜ୍ୟ ପ୍ରଭାରୀ
ବିଜେପି ରାଜ୍ୟ ପ୍ରଭାରୀ

By

Published : Jan 7, 2021, 1:20 PM IST

Updated : Jan 7, 2021, 1:27 PM IST

କଟକ: ମାହାଙ୍ଗା ଡବଲ ମର୍ଡର ମାମଲାକୁ ନେଇ ଶାସକ ଦଳ ଉପରେ ବର୍ଷିଲେ ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ବରୀ । ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମରେ ଏତଲା ହୋଇଥିଲେ ବି ତାଙ୍କୁ କାହିଁକି ଗିରଫ କରାଯାଇନି ବୋଲି ପ୍ରଶ୍ନ କଲେ ସେ । ମାହାଙ୍ଗାରେ ଆଇନ ନାହିଁ ବୋଲି ମଧ୍ୟ କହିଲେ ବିଜେପି ପ୍ରଭାରୀ ।

ଡବଲ ମର୍ଡର

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାରକୁ ଆସନ୍ତୁ ଓ ଘଟଣା ସମ୍ପର୍କରେ ଅବଗତ ହୋଇ ନ୍ୟାୟ ଦିଅନ୍ତୁ ବୋଲି ସେ କହିଛନ୍ତି । ଆଜି(ଗୁରୁବାର) ମାହାଙ୍ଗା ଗସ୍ତରେ ଯିବା ସହ ହତ୍ୟାକାଣ୍ଡର ଶିକାର ହୋଇଥିବା ବିଜେପି ନେତା କୁଳମଣୀ ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂ ବରାଳଙ୍କ ପରିବାରକୁ ଭେଟିଛନ୍ତି ବିଜେପି ପ୍ରଭାରୀ ।

ଏହାପରେ ସାମ୍ବାଦିକ ସମ୍ମିଳନୀ କରି ଏପରି ଭାବେ ରାଜ୍ୟ ସରକାରଙ୍କ ଉପରେ ବର୍ଷଛନ୍ତି ସେ । ମାହାଙ୍ଗା ହତ୍ୟାକାଣ୍ଡରେ ଯେପର୍ଯ୍ୟନ୍ତ ପ୍ରକୃତ ଦୋଷୀ ଦଣ୍ଡ ନପାଇଛି ସେପର୍ଯ୍ୟନ୍ତ ବିଜେପି ଆନ୍ଦୋଳନ ଜାରି ରଖିବ ବୋଲି ସେ କହିଛନ୍ତି । ସେହିପରି ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ଦର୍ଶାଇ ସେ ଏଥିପାଇଁ ନବୀନ ସରକାରଙ୍କୁ ଦାୟୀ କରିଛନ୍ତି । ନୟାଗଡ କଥା ଉଠାଇ ସରକାରଙ୍କୁ କାଠଗଡାକୁ ମଧ୍ୟ ଟାଣିଛନ୍ତି ପୁରନ୍ଦେଶ୍ବରୀ ।

ସୂଚନାଥାଉକି, ମାହାଙ୍ଗାରେ ବିଜେପି ନେତା କୁଳମଣୀ ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂ ବରାଳଙ୍କୁ କେହି ଦୁର୍ବୃତ୍ତ ଶନିବାର ରାତିରେ ନିର୍ମମ ଭାବେ ହତ୍ୟା କରିଥିଲେ । ଘଟଣାରେ ଏପର୍ଯ୍ୟନ୍ତ 6 ଜଣଙ୍କୁ ଗିରଫ କରିଛି ପୋଲିସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jan 7, 2021, 1:27 PM IST

ABOUT THE AUTHOR

...view details