କଟକ: ତୁରନ୍ତ କଟକ ମହାନଗର ନିର୍ବାଚନ କରିବା ପାଇଁ ଦାବି କରିଛି ଭାରତୀୟ ଜନତା ପାର୍ଟି । ଏହାସହ ଆଜି ବିଭିନ୍ନ ସମସ୍ୟା ନେଇ କଟକ ମହାନଗର ନିଗମ କାର୍ଯ୍ୟାଳୟ ଆଗରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
କେନ୍ଦ୍ର ସରକାରଙ୍କ ଅନେକ ଯୋଜନାକୁ ରାଜ୍ୟ ସରକାର ବାଟବଣା କରୁଥିବା ଅଭିଯୋଗ କରିଛି ବିଜେପି । ବିଶେଷକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବଣା ହେବା ଫଳରେ ଅନେକ ବସ୍ତି ବାସିନ୍ଦା ଏଥିରେ ପ୍ରଭାବିତ ହେଉଛନ୍ତି ।