ଓଡିଶା

odisha

ETV Bharat / city

ରାଜ୍ୟରେ କୃଷକଙ୍କ ବିକାଶ ଶୂନ: ବିଜେପି - ଭାରତୀୟ ଜନତା ପାର୍ଟି

ରାଜ୍ୟର କୃଷକଙ୍କ ବିକାଶ ହୋଇପାରୁନାହିଁ । ଅନ୍ନଦାତଙ୍କ ନ୍ୟାୟ ପାଇଁ ଲଢେଇ କରୁଛି ବିଜେପି । କୃଷକଙ୍କ ବିକାଶ ନାଁରେ ସେମାନଙ୍କ ସହିତ ପ୍ରତାରଣା କରଯାଉଥିବା କହିଛି ଭାରତୀୟ ଜନତା ପାର୍ଟି । ଅଧିକ ପଢନ୍ତୁ...

ରାଜ୍ୟରେ କୃଷକଙ୍କ ବିକାଶ ଶୂନ
ରାଜ୍ୟରେ କୃଷକଙ୍କ ବିକାଶ ଶୂନ

By

Published : Jul 2, 2021, 3:28 PM IST

କଟକ:ଚାଷୀଙ୍କ ପାଇଁ ମୋଦି ସରକାର ଆର୍ଥିକ ସହାୟତା ପଠାଉଛନ୍ତି । ହେଲେ ରାଜ୍ୟ ସରକାର ଲୁଟୁଛନ୍ତି । ଏହି ନାରା ଦେଇ ବର୍ଷିଛି ବିଜେପି । ରାଜ୍ୟର କୃଷକଙ୍କ ବିକାଶ ହୋଇପାରୁନାହିଁ । ଅନ୍ନଦାତଙ୍କ ନ୍ୟାୟ ପାଇଁ ଲଢେଇ କରୁଛି ବିଜେପି । କୃଷକଙ୍କ ବିକାଶ ନାଁରେ ସେମାନଙ୍କ ସହିତ ପ୍ରତାରଣା କରଯାଉଥିବା କହିଛି ଭାରତୀୟ ଜନତା ପାର୍ଟି ।

ରାଜ୍ୟରେ କୃଷକଙ୍କ ବିକାଶ ଶୂନ

ରାଜ୍ୟ ସରକାରଙ୍କ ଚାଷୀକୁଳ ପ୍ରତି ରାଜ୍ୟ ସରକାରଙ୍କ ବାରମ୍ବାର ପ୍ରତାରଣା ବିରୋଧରେ ଲଢେଇ କରୁଛି ଭାରତୀୟ ଜନତା ପାର୍ଟି । ରାଜ୍ୟରେ ଧାନମଣ୍ଡି ସମସ୍ୟା ଦେଖା ଦେଇଛି । ଫଳରେ ମଣ୍ଡିରେ ବସ୍ତାବସ୍ତା ଧାନ ଗଜା ହେବାରେ ଲାଗିଲାଣି । ଚାଷୀଙ୍କର ଏହି ସମସ୍ୟା ପ୍ରତି ସରକରାଙ୍କ ଦୃଷ୍ଟି ପଡୁନାହିଁ ।

ଟୋକନ ପାଇଥିବା ସମସ୍ତ ଚାଷୀଙ୍କ ଧାନ କିଣିବା, ଏମଏସପି ମିଳିବା ସହିତ କଟନୀ ଛଟନୀରୁ ମୁକ୍ତି ହେବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ । ଜୁନ 30 ତାରିଖ ସୁଦ୍ଧା ସମସ୍ତ ସସମ୍ୟାର ସମାଧାନ ପାଇଁ କହିଥିବା ପରେ ବି ତାହା ପୂରଣ ହୋଇପାରିନାହିଁ ।

ସରକାର ତାଙ୍କ ପ୍ରତିଶ୍ରୁତି ପୂରଣ ନ କରିଥିବାରୁ ଆନ୍ଦୋଳନ ଆରମ୍ଭ କରିଛି ବିଜେପି । ଗତକାଲି ଜାତୀୟ ରଜପଥ ଅବରୋଧ କରିଥିଲା ବେଳେ ଆଜି (ଶୁକ୍ରବାର) ଜିଲ୍ଲା ହେଡ କ୍ବାର୍ଟରରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ଆଗକୁ ସମସ୍ୟାର ସମାଧାନ ନ ହେଲେ ଅନ୍ଦୋଳନ ଥମିବନି ବୋଲି କହିଛନ୍ତି ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details