କଟକ: ବିଶ୍ବବିଦ୍ୟାଳୟ ଆଇନ ପରିବର୍ତ୍ତନକୁ ନେଇ ବଢୁଛି ବିବାଦ। ଏହାକୁ ବିରୋଧ କରି କଟକ ଯୁବ ମୋର୍ଚ୍ଚା ପକ୍ଷରୁ କଟକରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।
ବିଶ୍ବବିଦ୍ୟାଳୟ ଆଇନ ପରିବର୍ତ୍ତନକୁ ବିଜେପିର ବିରୋଧ - କଟକ ବିଶ୍ବବିଦ୍ୟାଳୟ ଆଇନ ପରିବର୍ତ୍ତନ ଖବର
ରାଜ୍ୟ ସରକାର ବିଶ୍ବବିଦ୍ୟାଳୟ ଆଇନ ପରିବର୍ତ୍ତନକୁ ବିଜେପି ପକ୍ଷରୁ ଜୋରାଦାର ବିରୋଧ କରିଛି । ଏହି ନିୟମ ଦ୍ବାରା ବିଶ୍ବବିଦ୍ୟାଳୟ ଶୈକ୍ଷିକ ବାତାବରଣ ଉପରେ ପ୍ରଭାବ ପକାଇବ ବୋଲି ଅଭିଯୋଗ କରିଛି ବିଜେପି । ଅଧିକ ପଢନ୍ତୁ...
ଶୁକ୍ରବାର କଟକ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିଶ୍ବବିଦ୍ୟାଳୟର ଆଇନ ପରିବର୍ତ୍ତନକୁ ନେଇ ଜୋରାଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରେଭେନ୍ଶା ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ଆଗରେ ଏହି ନିୟମକୁ ବିରୋଧ କରି ପ୍ରତିବାଦ କରାଯାଇଛି। ସାରା ଦେଶରେ ଗୋଟିଏ ଶିକ୍ଷାନୀତି ପ୍ରଚଳନ କରାଯାଉଥିବାବେଳେ ଏଠାରେ ରାଜ୍ୟ ସରକାର ନିଜସ୍ବ କ୍ଷମତା ବୃଦ୍ଧି ପାଇଁ ଏ ଭଳି କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରାଯାଇଛି । ଏହି ନିୟମ ଦ୍ବାରା ବିଶ୍ବବିଦ୍ୟାଳୟ ଶୈକ୍ଷିକ ବାତାବରଣ ଉପରେ ପ୍ରଭାବ ପକାଇବ। ଅଧ୍ୟାପକ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହେବ ବୋଲି ବିଜେପି ଯୁବ ମୋର୍ଚ୍ଚା ଅଭିଯୋଗ କରିଛି।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ
TAGGED:
bjp youth morcha protest