କଟକ :ଅଭିଯୋଗ ପରେ ଶୁଣୁନି ଜିଲ୍ଲା ପ୍ରଶାସନ । ବାରମ୍ବାର ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଦିଗ ଶୂନ । ଆଜି ଏପରି ଅଭିଯୋଗ ଆଣିଛି କଟକ ନଗର ବିଜେପି । ଜିଲ୍ଲାରେ ଦିନକୁ ଦିନ ବେଆଇନ ବାଲି ଚୋରା ଚାଲାଣ ବୃଦ୍ଧି ପାଉଥିବା ସତ୍ତ୍ୱେ ଜିଲ୍ଲା ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା ।
ଏପରିକି ବାଲି ଚୋରି ସମୟ ମୋବାଇଲ ଭିଡିଓ ଜିଲ୍ଲାପାଳଙ୍କୁ ଦେଲାପରେ ମଧ୍ୟ ସ୍ଥିତି ଯାହା ସେଇଆ । ତେବେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଜିଲ୍ଲାପାଳ କାହିଁକି ଚୁପ୍ ବସିଛନ୍ତି ତାହାକୁ ନେଇ ପ୍ରଶ୍ନ କରିଛି ବିଜେପି । କେବଳ କଟକ ନୁହେଁ ବରଂ ସାରା ରାଜ୍ୟରେ ଏହି ସ୍ଥିତି ଦୃଷ୍ଟିଗୋଚର ହୋଇଛି ।