ଓଡିଶା

odisha

ETV Bharat / city

ସ୍ମିତାରାଣୀ ମୃତ୍ୟୁ ମାମଲା: କଟକରେ ଗର୍ଜିଲା ବିଜେପି ମହିଳା ମୋର୍ଚ୍ଚା - ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ

ସ୍ମିତାରାଣୀ ମୃତ୍ୟୁ ଘଟଣାରେ ନ୍ୟାୟ ଓ ସିବିଆଇ ତଦନ୍ତ ଦାବି କରି କଟକ ଜିଲ୍ଲାପାଳ ଘେରିଲା ବିଜେପି ମହିଳା ମୋର୍ଚ୍ଚା। ମଙ୍ଗଳବାର ରାଜ୍ୟବ୍ୟାପୀ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।

ସ୍ମିତାରାଣୀ ମୃତ୍ୟୁ ମାମଲା

By

Published : Nov 5, 2019, 5:21 PM IST

କଟକ: ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାକୁ ୨୨ ଦିନ ପୁରି ଥିଲେ ବି ନ୍ୟାୟ ଦେବାରେ ବିଫଳ ରାଜ୍ୟ ସରକାର। ଏ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ନେଇ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି ମହିଳା ମୋର୍ଚ୍ଚା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ


ଏଥିସହ ଘଟଣାକୁ ନେଇ ସିବିଆଇ ତଦନ୍ତ କରିବାକୁ ଦାବି କରିଛି ମହିଳା ମୋର୍ଚ୍ଚା। କେବଳ ସେତିକି ନୁହେଁ, ସେଠିକାର ଏସପିଙ୍କୁ ତୁରନ୍ତ ହଟାଇବାକୁ ଦାବି କରାଯାଇଛି। ଏନେଇ ଶତାଧିକ ବିଜେପି ମହିଳା ମୋର୍ଚ୍ଚାର କର୍ମୀ ଏକ ଶୋଭାଯାତ୍ରାରେ ଆସି ପ୍ରତିବାଦ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details