କଟକ: ପୁରୀ ନାବାଳିକା ଦୁଷ୍କର୍ମ ମାମଲା । ପୀଡ଼ିତାଙ୍କୁ ରାଜ୍ୟ ବିଜେପି ଟିମ୍ ଭେଟିବା ପୂର୍ବରୁ SCB ମେଡ଼ିକାଲରୁ ପୀଡ଼ିତା ଓ ପରିବାର ବର୍ଗଙ୍କୁ ଗାଏବ କରି ଦେଇଛନ୍ତି ମେଡ଼ିକାଲ କର୍ତ୍ତୃପକ୍ଷ । ଏଭଳି ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।
ଦୁଷ୍କର୍ମ ଶିଶୁଙ୍କୁ ଲୁଚାଉଛି SCB: ଲେଖାଶ୍ରୀ ସାମନ୍ତସିଂହାର ଏହା ବି ପଢନ୍ତୁ: ପୁରୀରେ ଲଜ୍ଜା: ଗେହ୍ଲା କରିବା ଆଳରେ ୫ ବର୍ଷୀୟା ଶିଶୁକୁ ଦୁଷ୍କର୍ମ !
ରାଜ୍ୟ ସରକାର ଓ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ଏଭଳି କାରନାମା କରାଯାଇଛି । ଏହି ଘଟଣାରେ ଶାସକ ଦଳର ନେତାଙ୍କ ସଂପୃକ୍ତି ରହିଛି । ସରକାରଙ୍କ ପୋଲ୍ ଖୋଲିଯିବା ଭୟରେ ଏବେ ରାଜ୍ୟ ସରକାର । ପୂର୍ବରୁ ମଧ୍ୟ ଅନେକ ଘଟଣାରେ ଶାସକ ଦଳ ନେତା ଓ ମନ୍ତ୍ରୀଙ୍କ ସଂପୃକ୍ତି ଖବର ସାମନାକୁ ଆସିଛି । ପୁରୀ IICଙ୍କ କହିବା ପରେ ପୀଡ଼ିତାଙ୍କୁ ମେଡ଼ିକାଲରୁ ସ୍ଥାନାନ୍ତର କରାଯାଇଛି ବୋଲି SCB ମେଡ଼ିକାଲ ଅଧ୍ୟକ୍ଷା ବିଜେପି ଟିମକୁ କହିଛନ୍ତି । କୁନ୍ଦୁଲି ପୀଡ଼ିତା ଘଟଣାରେ ମେଡ଼ିକାଲ ଯାହା କରିଥିଲା ବର୍ତ୍ତମାନ ସମାନ କଥା କରିଛି ବୋଲି ଅଭିଯୋଗ କରିଛନ୍ତି ଲେଖାଶ୍ରୀ ।
ତେବେ ସୂଚନା ଥାଉ କି ପୁରୀ ଟାଉନ ଥାନା ଅଞ୍ଚଳରେ ଜଣେ 5 ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । ନିଶାସକ୍ତ ଅବସ୍ଥାରେ ଗେହ୍ଲା କରିବା ଆଳରେ ଘର ଛାତ ଉପରେ ଏପରି କାଣ୍ଡ କରିଥିଲା ଦୁର୍ବୃତ୍ତ । ରବିବାର ଦିନ ୧୧ଟା ସମୟରେ ଏହି ଅଭାବନୀୟ ଘଟଣା ଘଟିଥିଲା । ପୀଡିତା ନାବାଳିକାକୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଛି । ପ୍ରଥମେ ପୁରୀ ସଦର ହସ୍ପିଟାଲ ଓ ପରେ କଟକ ଏସସିବି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ