କଟକ:ଅନ୍ଦରପୁରରେ ବସ୍ତିବାସିନ୍ଦାଙ୍କ ପାଇଁ EWS ତିଆରି ଘରକୁ ବେଆଇନ ଭାବେ ବିକ୍ରି କରିବା ଘଟଣା । ୫୩ ନମ୍ବର ୱାର୍ଡର ପୂର୍ବତନ ବିଜେଡି କର୍ପୋରେଟରଙ୍କ ସ୍ବାମୀ ଦଲାଲ ରାଜା କରଣକୁ ମଧୁପାଟଣା ପୋଲିସ ଗିରଫ କରିବା ପରେ ବିଜେପି ସିବିଆଇ ତଦନ୍ତ ଦାବି କରିଛି ।
ଦଲାଲ ରାଜା ବେଆଇନ ଭାବେ ଘରକୁ ବିକ୍ରି କରି ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ରାଜାକୁ ଗିରଫ କରିଛି । ଠକେଇର ଶିକାର ହୋଇଥିବା ଅନେକ ବସ୍ତିବାସିନ୍ଦାଙ୍କ ଅଭିଯୋଗ ପରେ ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଥିଲା । ସେପଟେ ରାଜା ବିରୋଧରେ ଏବେ ଅଭିଯୋଗର ଫର୍ଦ୍ଦ ଲମ୍ବି ଚାଲିଛି । ପାଖାପାଖି ୮୦ରୁ ଊର୍ଦ୍ଧ୍ବ ସାଧାରଣ ଲୋକଙ୍କୁ ରାଜା ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣାପଡି଼ଛି।