ଓଡିଶା

odisha

ETV Bharat / city

‘ଦୁର୍ନିତିରେ ଭର୍ତ୍ତି ଚନ୍ଦ୍ରସାରଥୀ’ - BJP candidate

କଟକ ସଦର ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କୁ କଡା ସମାଲୋଚନା କରିଛନ୍ତି ବିଜେପି ପ୍ରାର୍ଥୀ ଦିଲ୍ଲୀପ ମଲ୍ଲିକ । ଲୋକ ପ୍ରତିନିଧିର ଦାୟିତ୍ବ ତୁଲାଇବାରେ ଚନ୍ଦ୍ରସାରଥୀ ଫେଲ ବୋଲି କହିଛନ୍ତି ଦିଲ୍ଲୀପ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Apr 19, 2019, 2:58 PM IST

କଟକ: ଚନ୍ଦ୍ରସାରଥୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ହୋଇପାରନ୍ତି । ହେଲେ ଲୋକ ପ୍ରତିନିଧି ହିସାବରେ ଜନତାଙ୍କ ଦାୟିତ୍ବ ତୁଲାଇବାରେ ଫେଲ । ଦୁର୍ନିତିଗ୍ରସ୍ତ ନେତା ସେ । ବହୁ ଅର୍ଥ ବି ରୋଜଗାର କରିଛନ୍ତି । କ୍ରୀଡା ଓ ଯୁବ ବ୍ୟାପର ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କୁ ଏଭଳି ଢଙ୍ଗରେ ବର୍ଷିଛନ୍ତି ତାଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦିତା କରୁଥିବା ବିଜେପି ପ୍ରାର୍ଥୀ ଦିଲ୍ଲୀପ ମଲ୍ଲିକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସେ କହିଛନ୍ତି, କଟକ ସଦର ନିର୍ବାଚନ ମଣ୍ଡଳୀରେ ଏପର୍ଯ୍ୟନ୍ତ ଆଖିଦୃଶିଆ ବିକାଶ ହୋଇପାରିଲା ନାହିଁ । ରୁଗଣ ହୋଇପଡିଛି ଏହି ନିର୍ବାଚନମଣ୍ଡଳୀ। ବିକାଶ ଜାଗାରେ ବିନାଶ ହିଁ ହୋଇଛି। ଦୀର୍ଘ 19 ବର୍ଷ ଶାସନ ମଧ୍ୟରେ ସଦରକୁ ବାରମ୍ବାର ରାଜ୍ୟ ସରକାର ଅଣଦେଖା କରିଆସୁଥିବା ଅଭିଯୋଗ କରିଛନ୍ତି ଦିଲ୍ଲୀପ । ଜନତା ଏଥର ସଠିକ ଜବାବ ଦେବେ ବୋଲି ସେ ଚେତାଇ ଦେଇଛନ୍ତି ।

ଆସନ୍ତା 23ରେ ତୃତୀୟ ପର୍ଯ୍ୟୟ ନିର୍ବାଚନ। କଟକ ସଦରରେ ବି ହେବ ମତଦାନ। ମୋଦି ସରକାରଙ୍କ 5 ବର୍ଷର ସଫଳତାକୁ ନେଇ ଜନତା ତାଙ୍କୁ ସମର୍ଥନ ଦେବେ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି ଦିଲ୍ଲୀପ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ନ୍ୟୁଜ

ABOUT THE AUTHOR

...view details