ଓଡିଶା

odisha

ETV Bharat / city

ଛାତ୍ର ସଂସଦ ନିର୍ବାଚନ ବନ୍ଦର କାରଣ ହିଂସା: ବିଜେଡି ଛାତ୍ର ସଭାପତି - ଛାତ୍ର ସଂସଦ ନିର୍ବାଚନ

ଚଳିତ ବର୍ଷ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ । ସବୁ କିଛି ସ୍ବାଭାବିକ ହେଲେ କଲେଜ ପରିସରରେ ସୁସ୍ଥ ବାତାବରଣ ଆସିଲେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି କହିଛନ୍ତି ରାଜ୍ୟ ଛାତ୍ର ବିଜେଡି ସଭାପତି। ଅଧିକ ପଢନ୍ତୁ

student union election
ଛାତ୍ର ସଂସଦ ନିର୍ବାଚନ କେବେ? ପ୍ରତିକ୍ରିୟା ରଖିଲେ ରାଜ୍ୟ ଛାତ୍ର ସଭାପତି

By

Published : Sep 22, 2022, 10:49 PM IST

କଟକ: ଛାତ୍ର ସଂସଦ ନିର୍ବାଚନ ବନ୍ଦ ନେଇ ବିବାଦ ତେଜୁଥିବା ବେଳେ କାହିଁକି ବନ୍ଦ ପଡିଛି ଛାତ୍ର ନିର୍ବାଚନ । ଦୀର୍ଘ ବର୍ଷ ଧରି କଲେଜ କ୍ୟାମ୍ପସରେ ଛାତ୍ର ସଂସଦ ଗଢିବାରେ କେଉଁଠି ଅସୁବିଧା ରହିଛି ଏନେଇ ଉତ୍ତର ରଖିଛନ୍ତି ରାଜ୍ୟ ଛାତ୍ର ବଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ । ନିର୍ବାଚନ ନ ହେବାର ମୁଖ୍ୟ କାରଣ ହିଂସା ବୋଲି କହିଛନ୍ତି ରାଜ୍ୟ ଛାତ୍ର ବିଜେଡି ସଭାପତି।

ଛାତ୍ର ସଂସଦ ନିର୍ବାଚନ କେବେ? ପ୍ରତିକ୍ରିୟା ରଖିଲେ ରାଜ୍ୟ ଛାତ୍ର ସଭାପତି

ପ୍ରତିକ୍ରିୟାରେ ରାଜ୍ୟ ଛାତ୍ର ବିଜେଡି ସଭାପତି କହିଛନ୍ତି, ''କଲେଜରେ ରାଜ୍ୟ ସରକାର ନିର୍ବାଚନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେତେବେଳେ ଶୈକ୍ଷିକତା ବାତାବରଣ ନଷ୍ଟ ହେଲା, ଅସ୍ଥିରତା ଓ ହିଂସାକାଣ୍ଡ ସ୍ଥିତି ଉପୁଜିଲା ତାହା ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆସିଲା। ଯେ ପର୍ଯ୍ୟନ୍ତ କଲେଜରେ ସୁସ୍ଥ ଓ ଶାନ୍ତ ବାତାବରଣ ନ ହୋଉଛି ସେ ପର୍ଯ୍ୟନ୍ତ କଲେଜ ନିର୍ବାଚନ ଅନୁଷ୍ଠିତ ହେବନାହିଁ । ପରବର୍ତ୍ତୀ ପର୍ଯ୍ୟାୟରେ କୋରୋନା ମହାମାରୀ ପାଇଁ କ୍ୟାମ୍ପସ ବନ୍ଦ ରହିବାରୁ ମଧ୍ୟ ନିର୍ବାଚନ ହୋଇ ପାରିନାହିଁ । ସବୁ କିଛି ସ୍ବାଭାବିକ ହେଲେ କଲେଜ ପରିସରରେ ସୁସ୍ଥ ବାତାବରଣ ଆସିଲେ ନିର୍ବାଚନ ଅନୁଷ୍ଠିତ ହେବ ।''

ଛାତ୍ର ସଂସଦ ନିର୍ବାଚନ ପ୍ରତିବଦଳରେ ଏକ ଭଲ ପ୍ଲାଟଫର୍ମ ତିଆରି ହୋଇଥିବା କହିଛନ୍ତି ଛାତ୍ର ବିଜେଡି ସଭାପତି । ବିଜୁ ଜନତା ଦଳ କ୍ୟାମ୍ପସ କମିଟି ଗଠନ କରି ବିଭିନ୍ନ କ୍ୟାମ୍ପସରେ ଛାତ୍ର ନେତା ତିଆରି କରାଯିବ। ନେତୃତ୍ବ ନେବା ଦକ୍ଷତା ଥିବା ଛାତ୍ରଙ୍କୁ ବଛା ଯିବ ବୋଲି କହିଛନ୍ତି ରାଜ୍ୟ ଛାତ୍ର ସଭାପତି।

ଏହା ବି ପଢନ୍ତୁ...ରାୟଗଡା ଜିଲ୍ଲାପାଳଙ୍କୁ ଘେରାଉ ମାମଲା, ୪୦ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ

ସେପଟେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ନେଇ ବିଧାୟକ ସୌଭିକ ବିଶ୍ବାଳ କହିଛନ୍ତି, ''2 ବର୍ଷ ହେବ ମହାମାରୀ ଆତଙ୍କ ପାଇଁ ଏ ଯାଏ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଆଗାମି ଦିନରେ ଏ ନେଇ ଯେଉଁ ନିଷ୍ପତ୍ତି ନିଆଯିବ ତାକୁ ଗ୍ରହଣ କରାଯିବ । ଚଳିତ ବର୍ଷ ନିର୍ବାଚନ ହେବାର କୌଣସି ସମ୍ଭାବନା ନାହିଁ ବୋଲି କହିଛନ୍ତି ବିଧାୟକ ।''

କଲେଜ କ୍ୟାମ୍ପସରେ ଲାଗି ରହୁଥିବା ଛାତ୍ର ଅଶାନ୍ତି, ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ପରସରରେ ଆଇନ ଶୃଙ୍ଖଳା ବଜାଇ ରଖିବାକୁ ଛାତ୍ର ସଂସଦ ନିର୍ବାଚନ ବାତିଲ କରାଯାଇଛି । ପରବର୍ତ୍ତୀ ସମୟରେ ଛାତ୍ର ସଂସଦ ପ୍ରତିନିଧି ମନନୋୟନ ପାଇଁ ରାଜ୍ୟ ସରକାର ବିକଳ୍ପ ଚିନ୍ତା କରାଯିବା ନେଇ ସୂଚନା ମିଳିଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details