କଟକ: ବିଜୁ ଜୟନ୍ତୀ, ପଞ୍ଚାୟତ ରାଜ ଦିବସ ଓ ରାଜ୍ୟ ସରକାରଙ୍କର ୨୦ ବର୍ଷ ପୂରଣ ଅବସରରେ ବଡ଼ ଧରଣର ସମାବେଶ ଆୟୋଜନ କରିବ ବିଜେଡି । ଆସନ୍ତା ମାର୍ଚ୍ଚ ୫ ତାରିଖରେ ବିଜୁ ଜୟନ୍ତୀ ଉପଲକ୍ଷେ ଏହି ସମାବେଶକୁ ଆୟୋଜନ କରିବା ପାଇଁ ଗୁରୁବାର କଟକରେ ଏକ ପ୍ରସ୍ତୁତ ବୈଠକର ଆୟୋଜନ କରାଯାଇଥିଲା ।
କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଓ ଢେଙ୍କାନାଳ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ, ମନ୍ତ୍ରୀ ଓ ଲୋକପ୍ରତିନିଧିଙ୍କୁ ନେଇ ଏହି ପ୍ରସ୍ତୁତ ବୈଠକ କରାଯାଇଥିଲା । ତେବେ କଟକ ବାଲିଯାତ୍ରା ପଡ଼ିଆରେ ଏହି ସମାବେଶକୁ କିଭଳି ସଫଳ କରାଯିବ ସେନେଇ ଆୟୋଜିତ ଏହି ବୈଠକରେ ଆଲୋଚନା କରାଯାଇଥିଲା ।