କଟକ: ପାର୍ବଣରେ ୪ ଫୁଟ୍ ମୂର୍ତ୍ତି ଓ ମଣ୍ଡପରେ ପରଦା ଟାଣି ପୂଜା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନାମା ବିରୁଦ୍ଧରେ କଟକରେ ତେଜୁଛି ପ୍ରତିବାଦ । ଏହି ପରିପ୍ରେକ୍ଷୀରେ ଆଜି(ମଙ୍ଗଳବାର) ବାରବାଟୀ ବିଧାୟକ ମହମ୍ମଦ ମୋକିମ କିଛି ସାମାଜିକ ସଙ୍ଗଠନ ସହ ଚଣ୍ଡି ମନ୍ଦିର ଆଗରେ ଦୀପ ଜାଳି ଅଭିନବ ପ୍ରତିବାଦ କରିଛନ୍ତି । ସେପଟେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରତିବାଦରେ ବିଜେପି ପକ୍ଷରୁ 13 ତାରିଖରେ କଟକ ବନ୍ଦ ଡାକରା ଦିଆଯାଇଛି । ଯାହାକୁ ନେଇ ସମାଲୋଚନା କରିଛି ବିଜେଡି ।
ମା ଦୁର୍ଗାଙ୍କ ପୂଜା ବିଜେପିର ନୁହେଁ । ବିଜେପି ମା'ଙ୍କୁ ନେଇ ରାଜନୀତି କରିବା ଠିକ୍ ନୁହେଁ । ବିଜେପି କାହାକୁ ପଚାରିକି ବନ୍ଦ ଡାକରା ଦେଇଛି ବୋଲି ସମାଲୋଚନା କରିଛନ୍ତି କଟକର ପୂର୍ବତନ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ।