ଓଡିଶା

odisha

ETV Bharat / city

ଗାଡି ଚୋରି ମାମଲାରେ ଗିରଫ ହେଲା ଗୋଲିଆ - ଗାଡି ଚୋରି ମାମଲାରେ ଗୋଲିଆ ଗିରଫ

ଗାଡ଼ି ଚୋରି ମାମଲାରେ ଗିରଫ ହେଲା ଚୋର ଗୋଲିଆ । ଅଧିକ ପଢ଼ନ୍ତୁ

ଗାଡି ଚୋରି ମାମଲାରେ ଗିରଫ ହେଲା ଗୋଲିଆ
ଗାଡି ଚୋରି ମାମଲାରେ ଗିରଫ ହେଲା ଗୋଲିଆ

By

Published : May 27, 2022, 10:39 AM IST

କଟକ: ଗାଡ଼ି ଚୋରି ମାମଲାରେ ଗିରଫ ହେଲା ଚୋର ଗୋଲିଆ । ଗତ ୨୧ତାରିଖରେ ଚାରବାଟିଆ ଇଏସଆଇ ମେଡିକାଲରୁ ଗାଡି ଚୋରି ଘଟଣାରେ ଗୋଲିଆ ଓରଫ ବାସୁଦେବ ବେହେରାକୁ ଗିରଫ କରିଛି ଚୌଦ୍ଵାର ଥାନା ପୋଲିସ । ଏହି ଗାଡିକୁ ଚୋରି କରିବା ପରେ ଚୌଦ୍ୱାର ଅଞ୍ଚଳର ଲୋଟସ ସାମଲକୁ ୧୫ ହଜାର ଟଙ୍କାରେ ବିକିଥିଲା ଗୋଲିଆ ।

ତେବେ ଏତେଲା ଆଧାରରେ ତଦନ୍ତ ପରେ ଗୁରୁବାର ଉଭୟଙ୍କ ହାତରେ ହ୍ୟାଣ୍ଡକପ ପକାଇ କୋର୍ଟ ଚାଲାଣ କରିଛି ପୋଲିସ । ଗୋଲିଆ ନାଁରେ ପୂର୍ବରୁ କଟକର ବିଭିନ୍ନ ଥାନାରେ ମାମଲା ରହିଛି । ଏହାସହ ଏହି ମାମଲାରେ ଆହୁରି ତଦନ୍ତ ଜାରି ରହିଥିବା ଥାନା ଅଧକାରୀ ସୂଚନା ଦେଇଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details