ଓଡିଶା

odisha

By

Published : Jul 21, 2021, 5:18 PM IST

Updated : Jul 21, 2021, 6:49 PM IST

ETV Bharat / city

ବିଦ୍ୟାଭାରତୀଙ୍କ ପାଇଁ ମୁହଁ ଖୋଲିଲେ ବିଦ୍ୟାଶ୍ରୀ

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ଘଟଣା ପ୍ରସଙ୍ଗରେ ମୁହଁ ଖୋଲିଲେ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀ । ଅଧିକ ପଢନ୍ତୁ...

ବିଦ୍ୟାଭାରତୀଙ୍କ ପାଇଁ ମୁହଁ ଖୋଲିଲେ ବିଦ୍ୟାଶ୍ରୀ
ବିଦ୍ୟାଭାରତୀଙ୍କ ପାଇଁ ମୁହଁ ଖୋଲିଲେ ବିଦ୍ୟାଶ୍ରୀ

କଟକ: ରହସ୍ୟ ଘେରରେ ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ସୌମ୍ୟଙ୍କ ମୃତ୍ୟୁ ଏକ ଦୁର୍ଘଟଣା ନା ସୁଚିନ୍ତିତ ହତ୍ୟାକାଣ୍ଡ ସେନେଇ ଲାଗି ରହିଛି ଦ୍ବନ୍ଦ୍ବ । ତେବେ ତାଙ୍କ ମୃତ୍ୟୁ ପଛରେ ପତ୍ନୀ ବିଦ୍ୟାଭାରତୀଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଏପରିକି ସାମାଜିକ ଗଣମାଧ୍ୟମରେ ବିଦ୍ୟାଭାରତୀଙ୍କୁ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ସହ ତୁଳନା କରାଯାଉଛି । ଯାହାକୁ ନେଇ ମୁହଁ ଖୋଲିଛନ୍ତି ବିଦ୍ୟାଶ୍ରୀ ।

ବିଦ୍ୟାଭାରତୀଙ୍କ ପାଇଁ ମୁହଁ ଖୋଲିଲେ ବିଦ୍ୟାଶ୍ରୀ

ବିଦ୍ୟାଭାରତୀ କହିଛନ୍ତି ଯେ 'ଆଦିତ୍ୟ ଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଦୁଇଟି ଭିନ୍ନ ଭିନ୍ନ ଘଟଣା । ଏଣୁ ବିଦ୍ୟାଭାରତୀଙ୍କୁ ଏବଂ ମୋତେ ଏକାଠି ତୁଳନା କରିବା ଉଚିତ୍ ନୁହେଁ । ଯଦି ବିଦ୍ୟାଭାରତୀ ଭାବୁଛନ୍ତି କି ସେ ଠିକ୍ ତେବେ ଧୈର୍ଯ୍ୟ ଧରିବା ଆବଶ୍ୟକ ବୋଲି ବିଦ୍ୟାଶ୍ରୀ ପରାମର୍ଶ ଦେଇଛନ୍ତି ।'

ସେ ଆହୁରିମଧ୍ୟ କହିଛନ୍ତି କି ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ଯେପରି ମୋ ଉପରେ ସବୁ ଦୋଷ ଲଦି ଦିଆଯାଇଥିଲା ସେଭଳି ଭାବେ ବିଦ୍ୟାଭାରତୀଙ୍କୁ ମଧ୍ୟ ଦାୟୀ କରାଯାଉଛି । ହେଲେ କେବେ କୌଣସି ପତ୍ନୀ ନିଜକୁ ବିଧବା ବେଶରେ ଦେଖିବାକୁ ଚାହେଁ ନାହିଁ ବୋଲି ସେ କହିଛନ୍ତି । ଏହି ଦୁଃସମୟ ମଧ୍ୟ ଦିନେ ଚାଲିଯିବ । ଏଣୁ ଧୈର୍ଯ୍ୟ ଧରିବାକୁ ବିଦ୍ୟାଭାରତୀଙ୍କୁ ପରାମର୍ଶ ଦେଇଛନ୍ତି ବିଦ୍ୟାଶ୍ରୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jul 21, 2021, 6:49 PM IST

ABOUT THE AUTHOR

...view details