ଓଡିଶା

odisha

ETV Bharat / city

ମୂର୍ତ୍ତି ଉଚ୍ଚତାକୁ ନେଇ ଭତ୍ତୃହରିଙ୍କ ପ୍ରତିକ୍ରିୟା, କହିଲେ ‘ସକାରାତ୍ମକ ନିଷ୍ପତି ଆଶା କରୁଛି’

କଟକରେ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପୂର୍ବରୁ କଟକ ସାଂସଦ ଭର୍ତ୍ତୃହରି ମହତାବ ପ୍ରତିକ୍ରିୟା । ଅଧିକ ପଢନ୍ତୁ...

bhatruhari mahatab
କଟକରେ ମୂର୍ତ୍ତି ଉଚ୍ଚତାକୁ ନେଇ ଭତ୍ତୃହରିଙ୍କ ପ୍ରତିକ୍ରିୟା, ଆଶା ଅଛି ନିଷ୍ପତ୍ତି ଭଲ ହେବ

By

Published : Sep 16, 2021, 11:45 AM IST

କଟକ: କଟକରେ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ ନେଇ ଆଜି ବାହାରିବ ନିଷ୍କର୍ଷ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପୂର୍ବରୁ କଟକ ସାଂସଦ ଭର୍ତ୍ତୃହରି ମହତାବ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, 'ଆଶା ଅଛି ଆସିବ ଭଲ ନିଷ୍କର୍ଷ । କାରଣ ଗତକାଲି(ବୁଧବାର) ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀଙ୍କ ପକ୍ଷରୁ ଦୁଇ ଦାବି ସମୂହ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଏକ ଚିଠି ପଠା ଯାଇଛି ।'

କଟକରେ ମୂର୍ତ୍ତି ଉଚ୍ଚତାକୁ ନେଇ ଭତ୍ତୃହରିଙ୍କ ପ୍ରତିକ୍ରିୟା, ଆଶା ଅଛି ନିଷ୍ପତ୍ତି ଭଲ ହେବ

ଏଥିସହ ମୂର୍ତ୍ତି ଉଚ୍ଚତା ଓ ପୂଜାକୁ ନେଇ ଚିଠିରେ ଉଲ୍ଲେଖ କରାଯାଇଛି । ତେଣୁ ଆଶା ଅଛି ନିହାତି କିଛି ଭଲ ନିଷ୍କର୍ସ ବାହାରିବ ବୋଲି ଭତ୍ତୃହରି କହିଛନ୍ତି । ସେହପିର ମୁଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବି କି ନାହିଁ ତାହା ନ୍ୟୁଜ ନୁହେଁ ବୋଲି କହିଛନ୍ତି ଭର୍ତ୍ତୃହରି । ସୂଚନା ଅନୁଯାୟୀ କଟକ ଦୁର୍ଗା ପୂଜାରେ ମା'ଙ୍କ ମୂର୍ତ୍ତି ଉଚ୍ଚତାକୁ ନେଇ ବହୁ ବାଦ ପ୍ରତିବାଦ ଲାଗି ରହିଛି । କେତେକ ମୂର୍ତ୍ତି ଉଚ୍ଚତାକୁ ସମର୍ଥନ କରୁଥିବାବେଳେ ଆଉ କେତେକ ଉଚ୍ଚତା କମ କଲେ କୌଣସି ଅସୁବିଧା ନାହିଁ ବୋଲି ମତ ରଖୁଛନ୍ତି । ତେଣୁ ଏହାକୁ ନେଇ ଅସନ୍ତୋଷ ଲାଗି ରହିଛି । ଆଜି ଏହାର ଏକ ନିଷ୍କର୍ସ ବାହାରି ପାରେ ବୋଲି ଆଶା କରାଯାଉଛି ।



କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details