ଓଡିଶା

odisha

ETV Bharat / city

୫ ଦଫା ଦାବିରେ ଭାରତୀୟ ମଜଦୁର ସଂଘର ‘ସରକାର ଜଗାଓ ସପ୍ତାହ’ - ଭାରତୀୟ ମଜଦୁର ସଂଘ

ଭାରତୀୟ ମଜଦୁର ସଂଘ ପକ୍ଷରୁ ୫ ଦଫା ଦାବି ନେଇ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରବ୍ୟାପି ଆନ୍ଦୋଳନ କରାଯିବ । ଭାରତୀୟ ମଜଦୁର ସଂଘ କଟକ ଶାଖା ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

୫ ଦଫା ଦାବି ନେଇ ଭାରତୀୟ ମଜଦୁର ସଂଘର ‘ସରକାର ଜଗାଓ ସପ୍ତାହ’
୫ ଦଫା ଦାବି ନେଇ ଭାରତୀୟ ମଜଦୁର ସଂଘର ‘ସରକାର ଜଗାଓ ସପ୍ତାହ’

By

Published : Jul 24, 2020, 7:36 PM IST

କଟକ: ଭାରତୀୟ ମଜଦୁର ସଂଘ ପକ୍ଷରୁ ୫ ଦଫା ଦାବି ନେଇ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରବ୍ୟାପି ‘ସରକାର ଜଗାଓ ସପ୍ତାହ’ ଆନ୍ଦୋଳନ କରାଯିବ । ଭାରତୀୟ ମଜଦୁର ସଂଘ କଟକ ଶାଖା ପକ୍ଷରୁ ଏହି ସୂଚନା ଦିଆଯାଇଛି ।

୫ ଦଫା ଦାବି ନେଇ ଭାରତୀୟ ମଜଦୁର ସଂଘର ‘ସରକାର ଜଗାଓ ସପ୍ତାହ’

ବିଭିନ୍ନ ସମସ୍ୟା ଯଥା ପ୍ରବାସୀ ଶ୍ରମିକଙ୍କୁ କର୍ମ ନିୟୋଜନ ତଥା ଥଇଥାନ ସମସ୍ୟାର ସମାଧାନ, କୋରୋନା ତାଲାବନ୍ଦ ସମୟରେ ଶ୍ରମିକମାନଙ୍କ ବକେୟା ଦରମା ପ୍ରଦାନ, ଭତ୍ତା ତଥା ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବା, ଦେଶରେ ବେରୋଜଗାରୀ ସମସ୍ୟାର ସମାଧାନ କରିବା ଭଳି ୫ ଦଫା ଦାବି ନେଇ ଏହି କାର୍ଯ୍ୟକ୍ରମ କରାଯିବ। ସେହିପରି ଶ୍ରମ ଆଇନ ତଥା ୧୨ଟି ରାଜ୍ୟରେ ଶ୍ରମିକଙ୍କ ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୮ରୁ ୧୨ ଘଣ୍ଟା କରାଯିବା ବିରୋଧରେ ମଧ୍ୟ ଆନ୍ଦୋଳନ କରାଯିବ । ଦେଶର ବିଭିନ୍ନ ସ୍ଥାନରେ କୋରୋନା ଯୋଗୁଁ ରେଡ ଜୋନ ଘୋଷଣା କରାଯାଇଥିବା ବେଳେ ସେହି ଅଞ୍ଚଳ ମାନଙ୍କରେ କେବଳ ସ୍ମାରକପତ୍ର ପ୍ରଦାନ ସହ ସାମାଜିକ ଗଣମାଧ୍ୟମ ଜରିଆରେ ସଚେତନ କରାଯିବ। ସେହିପରି ଗ୍ରୀନ ଜୋନରେ ଜନ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details