ଓଡିଶା

odisha

ETV Bharat / city

12 କ୍ବୁଣ୍ଟାଲ ଭାଙ୍ଗ ଜବତ, ଡ୍ରାଇଭର ଗିରଫ - ଡ୍ରାଇଭର ଗିରଫ

ଜଗତପୁର ଛକ ନିକଟରୁ 12 କ୍ବୁଣ୍ଟାଲ ଭାଙ୍ଗ ବୋଝେଇ ଏକ ଟ୍ରକ ଜବତ । ଟ୍ରକ ଡ୍ରାଇଭରକୁ ମଧ୍ୟ ଗିରଫ କରିଛି ପୋଲିସ ।

12 କ୍ବୁଣ୍ଟାଲ ଭାଙ୍ଗ ଜବତ, ଡ୍ରାଇଭର ଗିରଫ

By

Published : Oct 15, 2019, 2:33 AM IST

କଟକ: ସହରର ଜଗତପୁର ଛକ ନିକଟରୁ 12 କ୍ବୁଣ୍ଟାଲ ଭାଙ୍ଗ ବୋଝେଇ ଏକ ଟ୍ରକ ଜବତ । ଏହାକୁ ଜବତ କରିଛି ଅବକାରୀ ବିଭାଗ ।

ତେବେ ଜବତ ହୋଇଥିବା ଭାଙ୍ଗର ମୂଲ୍ୟ 6 ଲକ୍ଷ ଟଙ୍କା ବୋଲି ଅନୁମାନ କରାଯାଉଛି । ଖବର ପାଇ ଅବକାରୀ ବିଭାଗର ଏକ ଟିମ ଜଗତ ପୁର ଛକ ନିକଟରେ ଚଢ଼ାଉ ବେଳେ ଏହି ଭାଙ୍ଗ ବୋଝେଇ ଟ୍ରକଟିକୁ ଧରିଥିଲା । 30ଟି ଅଖା ବ୍ୟାଗରେ ଏହି 12 କ୍ବୁଣ୍ଟାଲ ଭାଙ୍ଗ ଭର୍ତ୍ତି କରାଯାଇଥିଲା ।

12 କ୍ବୁଣ୍ଟାଲ ଭାଙ୍ଗ ଜବତ, ଡ୍ରାଇଭର ଗିରଫ

ତେବେ ଏହି ଘଟଣାରେ ଟ୍ରକ ଡ୍ରାଇଭରକୁ ଗିରଫ କରାଯାଇଛି । ଏହି ଭାଙ୍ଗ କଲକୋତାକୁ ଚାଲାଣ କରାଯାଉଥିବା ନେଇ ସୂଚନା ଦେଇଛି ପୋଲିସ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details