ଓଡିଶା

odisha

ETV Bharat / city

ଶାଶୁଘର ଛାଡ଼ିବେ ବର୍ଷା, ସେପ୍ଟେମ୍ବର ୭ରେ ପରବର୍ତ୍ତୀ ଶୁଣାଣି

ହାଇକୋର୍ଟରେ ବର୍ଷା ଅନୁଭବଙ୍କ ପାରିବାରିକ ବିବାଦ ମାମଲା। ଅନୁଭବଙ୍କ ଘର ଛାଡ଼ିବେ ବର୍ଷା । ଏନେଇ ସ୍ପଷ୍ଟିକରଣ ରଖିଲେ ବର୍ଷାଙ୍କ ଓକିଲ । ଅଧିକ ପଢ଼ନ୍ତୁ

barsha anubhav family dispute case high court order next hearing date
ଅନୁଭବ-ବର୍ଷା ପାରିବାରିକ ମାମଲା: ସେପ୍ଟେମ୍ବର ୭ରେ ପରବର୍ତ୍ତୀ ଶୁଣାଣି

By

Published : Aug 30, 2022, 6:20 PM IST

Updated : Aug 30, 2022, 9:42 PM IST

କଟକ: ଅନୁଭବଙ୍କ ଘର ଛାଡ଼ିବେ ବର୍ଷା । ଏନେଇ ସ୍ପଷ୍ଟିକରଣ ରଖିଲେ ବର୍ଷାଙ୍କ ଓକିଲ । "ମୋ ଜୀବନ ପଛେ ନର୍କେ ପଡିଥାଉ ଶାଶୁ ଶ୍ବଶୁର ଉଦ୍ଧାର ହୁଅନ୍ତୁ" କିଛି ଏଭଳି ଲେଖି ନିଜ ଆଡୁ ଘର ଛାଡିବା ପାଇଁ କୋର୍ଟରେ ମେମୋ ଦାଖଲ କରି ଥିବା ବର୍ଷାଙ୍କ ଓକିଲ କହିଛନ୍ତି । ଶଶୁର ଘରଖାଲି କରି ଅନ୍ୟତ୍ର ଯିବା ପାଇଁ କୋର୍ଟକୁ ଏକ ମାସର ସମୟ ମାଗିଥିବା କୁହାଯାଇଛି । ବର୍ଷା ଶ୍ବଶୁର ଘର ଛାଡ଼ିବା ନେଇ କଟକ ଅତିରିକ୍ତ ଜିଲ୍ଲା ଜଜ ରାୟ ଦେଇଛନ୍ତି । ଏସଡିଜେଏମ ଦେଇଥିବା ନିର୍ଦ୍ଦେଶକୁ ବର୍ଷା ଚାଲେଞ୍ଜ କରିଥିଲେ । ତାଙ୍କ ଆବେଦନକୁ ଅଗ୍ରାହ୍ୟ କରି ଅତିରିକ୍ତ ଜିଲ୍ଲା ଜଜ ଏହାର ଶୁଣାଣି କରିଛନ୍ତି । ଆସନ୍ତା 30 ଦିନ ମଧ୍ୟରେ ଘର ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଏନେଇ ବର୍ଷା ଅଣ୍ଡରଟେକିଂ ଦେଇଛନ୍ତି ।

ସେପଟେ ହାଇକୋର୍ଟରେ ଅଭିନେତ୍ରୀ ବର୍ଷା ଅନୁଭବଙ୍କ ପାରିବାରିକ ବିବାଦ (barsha anubhav family dispute case) ମାମଲାର ଶୁଣାଣି ଘୁଞ୍ଚିଛି । ଆସନ୍ତା ସେପ୍ଟେମ୍ବର ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ପାଇଁ କୋର୍ଟ କହିଛନ୍ତି । କଟକ ଫ୍ୟାମିଲି କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ସୂଚନା ଥାଉକି, କଟକ ପରିବାର ଅଦାଲତରେ ସାଂସଦ ଅନୁଭବ ମହାନ୍ତିଙ୍କ ପକ୍ଷରୁ ଦାୟର ହୋଇଥିବା ଛାଡପତ୍ର ଆବେଦନ ଉପରେ ସକ୍ଷ୍ୟ ଦେବା ନିମନ୍ତେ ଅନୁଭବ ମହାନ୍ତି ନିଜେ କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇଥିଲେ । ବର୍ଷାଙ୍କୁ ଛାଡପତ୍ର ଦେବା ଲାଗି ପ୍ରଥମେ ନୂଆଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଆବେଦନ କରିଥିଲେ ସାଂସଦ ଅନୁଭବ ମହାନ୍ତି । ଏହି ମାମଲା କଟକକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:ଅନୁଭବ-ବର୍ଷା ପାରିବାରିକ ମାମଲା: ଅଗଷ୍ଟ ୧୦ରେ ପରବର୍ତ୍ତୀ ଶୁଣାଣୀ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ମାମଲା କଟକ ସ୍ଥାନାନ୍ତର ହୋଇଥିଲା । ଅନ୍ୟପଟରେ ସୋସିଆଲ ମିଡିଆରେ ଅନୁଭବଙ୍କ ବିବାଦୀୟ ପୋଷ୍ଟକୁ ନେଇ ବର୍ଷା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ହାଇକୋର୍ଟ କେହି କାହାରି ବିରୋଧରେ ଆପତ୍ତିଜନକ ପୋଷ୍ଟ କରିବାରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ଏହି ମାମଲା ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଶୁଣାଣି ହେବାକୁ ଥିବା ବେଳେ ମାମଲାଟି ଜଣିକିଆ ଖଣ୍ଡପୀଠରେ ହେବ ବୋଲି ମୁଖ୍ୟ ବିଚାରପତି ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ଛାଡପତ୍ର ମାମଲାର ପରବର୍ତ୍ତୀ ଶୁଣାଣି ଗତ ଅଗଷ୍ଟ ୧୦ ତାରିଖରେ ହେବା ନେଇ ପରିବାର ଅଦାଲତ ଧାର୍ଯ୍ୟ କରିଥିଲେ ।

ସୂଚନା ଅନୁଯାୟୀ, ଗତ ୨୨ ମଇ ମାସ ୨୦୨୨ରେ ବର୍ଷା ଅନୁଭବଙ୍କ ନାଁରେ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ଅନୁଭବ ଲଗାତର ୨ ଥର ସୋସିଆଲ ମିଡିଆରେ ଅଧଘଣ୍ଟାରୁ ଅଧିକ ସମୟ ଭିଡିଓ ଅପଲୋଡ କରି ବର୍ଷାଙ୍କ ବିଷୟରେ କହିଥିଲେ । ଏହା ଦ୍ୱାରା ତାଙ୍କର ମାନହାନି ହେଉଛି ବୋଲି ବର୍ଷା ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଏତଲାରେ ବର୍ଷା ଲେଖିଥିଲେ କି ଅନୁଭବ ମନଗଢ଼ା ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯେଉଁଥିରେ ତାଙ୍କୁ ଆକ୍ଷେପ କରି ଅନେକ କିଛି କହିଛନ୍ତି । ତାଙ୍କ ନାରୀତ୍ୱକୁ ଅପମାନ କରିଛନ୍ତି ।

ସେପଟେ ଗତ ୦୩ ଜୁନ ୨୦୨୨ରେ SDJM କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅନୁଭବ ପତ୍ନୀ ବର୍ଷାଙ୍କ ଆକାଉଣ୍ଟକୁ ୩୦ ହଜାର ଟଙ୍କା ପଠାଇଥିଲେ । ଅନୁଭବଙ୍କ ପୈତୃକ ଘର ଛାଡି ବାହାରେ ଘରଭଡ଼ା ନେଇ ରହିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ । ବର୍ଷାଙ୍କୁ ଟଙ୍କା ପଠାଇବା ପରେ ଅନୁଭବ ଓ ତାଙ୍କ ଓକିଲ କୋର୍ଟଙ୍କୁ ଏନେଇ ଅବଗତ କରାଇଥିଲେ । କୋର୍ଟ ପାରିବାରିକ ବିବାଦର ଶୁଣାଣି କରି ପ୍ରତି ମାସ ୧୦ ତାରିଖ ପୂର୍ବରୁ ବର୍ଷାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଅନୁଭବଙ୍କ ପିଟିସନକୁ କୋର୍ଟ ଗ୍ରହଣ କରି ଏପରି ନିର୍ଦ୍ଦେଶ ଦେଇଥିଲେ । ଅନୁଭବଙ୍କ ବାପାଙ୍କ ଦେହ ଅସୁସ୍ଥ ଥିବାରୁ ବର୍ଷା, ଅନୁଭବଙ୍କ ପୈତୃକ ଘରେ ନ ରହିବାକୁ କୋର୍ଟରେ ଆବେଦନ କରିଥିଲେ । ତେବେ ଦୁଇ ମାସ ମଧ୍ୟରେ ଏହି ଟଙ୍କା ଜମା କରିବା ପରେ ବର୍ଷା ଅନୁଭବଙ୍କ ପୈତୃକ ସମ୍ପତ୍ତି ଛାଡି ଅନ୍ୟତ୍ର ରହିବେ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା । ଏହାକୁ ଚାଲେଞ୍ଜ କରି ବର୍ଷା ଏଡିଜେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଇଟିଭି ଭାରତ, କଟକ

Last Updated : Aug 30, 2022, 9:42 PM IST

ABOUT THE AUTHOR

...view details