ଓଡିଶା

odisha

ETV Bharat / city

ମହାଲଢେଇ ପାଇଁ ସଜେଇ ହେଉଛି ବାରବାଟୀ - barabati preparation news

ପାଖେଇ ଆସୁଛି ବାରବାଟୀ ମହାଲଢ଼େଇ । ଯେଉଁଥିରେ ମୁଁହାମୁହିଁ ହେବେ ଭାରତ ଓ ୱେଷ୍ଟଇଣ୍ଡିଜ । ଡିସେମ୍ବର 22ରେ ହେବାକୁ  ଥିବା ଏହି ମେଗା ଇଭେଣ୍ଟକୁ ଆଖି ଆଗରେ ରଖି ବାରବାଟୀକୁ ନବବଧୂ ପରି ସଜାଉଛି ଓସିଏ ।

barabati preparation
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Dec 15, 2019, 1:41 PM IST

କଟକ: ପାଖେଇ ଆସୁଛି ବାରବାଟୀ ମହାଲଢ଼େଇ । ଯେଉଁଥିରେ ମୁହାଁମୁହିଁ ହେବେ ଭାରତ ଓ ୱେଷ୍ଟଇଣ୍ଡିଜ । ଡିସେମ୍ବର 22ରେ ହେବାକୁ ଥିବା ଏହି ମେଗା ଇଭେଣ୍ଟକୁ ଆଖି ଆଗରେ ରଖି ବାରବାଟୀକୁ ନବବଧୂ ପରି ସଜାଉଛି ଓସିଏ । ଯୁଦ୍ଧକାଳୀନ ଭିତ୍ତିରେ ଷ୍ଟାଡିୟମର ପ୍ରେସ ବକ୍ସ, ଗ୍ୟାଲେରୀ, ପାଭିଲିୟନ, କମେଣ୍ଟ୍ରି ବକ୍ସ ଇତ୍ୟାଦି କାମ ଶେଷ କରି ସାରିଲାଣି ଓଡିଶା କ୍ରିକେଟ ଆସୋସିଏସନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଅନ୍ୟପଟେ 19 ତାରିଖରୁ କାଉଣ୍ଟରରେ ବିକ୍ରି ହେବ ଅଫ ଲାଇନ ଟିକେଟ । ବିଶେଷକରି ଏହି ଟିକେଟ ବିକ୍ରି ସମୟ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ରହିବ । କାରଣ ହଜାର ହଜାର ଦର୍ଶକ ଟିକେଟ କିଣିବା ପାଇଁ କାଉଣ୍ଟର ଆଗରେ ଜମା ହେବେ । ସେଥିପାଇଁ ଏକ ମଜଭୂତ ବ୍ୟାରିକେଡ ବ୍ୟବସ୍ଥା ମଧ୍ୟ ନିର୍ମାଣ କରିଛି କମିଶନରେଟ ପୋଲିସ । ତେବେ ଦେଖିବାକୁ ବାକି ରହିଲା ଏହି ବାରବାଟୀ ବ୍ୟାଟିଂ ଟ୍ରାକରେ କେତେ ସଫଳ ହେଉଛି ଭାରତ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details