ଓଡିଶା

odisha

ETV Bharat / city

କଟକବାସୀଙ୍କୁ ଜଳବନ୍ଦୀ ସମସ୍ୟାରୁ ମୁକ୍ତି ପାଇଁ ଅଣ୍ଟା ଭିଡିଲେ ବାରବାଟୀ ବିଧାୟକ - କଟକବାସୀ

ଆଗକୁ ମୌସୁମୀ ଆସୁ ଥିବାରୁ କଟକରେ କିଭଳି ଚାଲିଛି ନାଳନର୍ଦ୍ଦମା ସଫେଇ କାମ ତାହାର ସମୀକ୍ଷା କରିଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Jun 14, 2019, 8:50 PM IST

କଟକ: ମୌସୁମୀ ଆସିଲେ କଟକ ବାସୀଙ୍କ ବଢିଯାଏ ଚିନ୍ତା । କାରଣ ଅସରାଏ ବର୍ଷାରେ ଜଳମଗ୍ନ ହୋଇଯାଏ ସହର। ସହରରୁ କିପରି ଜଳ ନିଷ୍କାସନ ହେବ ,ତାକୁ ନେଇ ଚିନ୍ତାରେ ଥାଆନ୍ତି କଟକବାସୀ । ବହୁ ଦିନରୁ ଚାଲିଆସିଥିବା ଏହି ସମସ୍ୟାର ସମାଧାନ କରିବାକୁ ସହରର ବିଭିନ୍ନ ଗ୍ରସ୍ତକରି ଛୋଟବଡ ନାଳ ସ୍ଥିତି ପରିଖିଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସାଧାରଣତଃ ବର୍ଷା ଦିନ ପୂର୍ବରୁ ସହରର ସମସ୍ତ ନାଳରୁ ପଙ୍କୋଧାର କାର୍ଯ୍ୟକ୍ରମ ଶେଷ କରାଯାଇଥାଏ। କିନ୍ତୁ ଏପର୍ଯ୍ୟନ୍ତ ପାଖାପାଖି ୪୫ ପ୍ରତିଶତ ନାଳ ସଫା କାମ ସରିଛି। ସୂତାହାଟ, ତୁଳସୀପୁର, ପଟାପୋଲ ଭଳି ଅଞ୍ଚଳରେ ଥିବା ବଡ଼ ବଡ଼ ଡ୍ରେନ ଏପର୍ଯ୍ୟନ୍ତ ପଙ୍କୋଧାର କରାଯାଇ ନାହିଁ।

ତେବେ ଏସବୁ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ। ଦେଉଳସାହି ଠାରୁ ଆରମ୍ଭ କରି ସୂତାହାଟ ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ବିଧାୟକ। ସହରର କାର୍ଯ୍ୟକୁ ନେଇ ସେ ସିଏମସି ଓ ଆରଡିସିଙ୍କୁ ଦାୟୀ କରିବା ସହ ସହରରୁ କିଭଳି ଜଳ ନିଷ୍କାସିତ ହେବ ସେନେଇ ବିହିତ ପଦକ୍ଷେପ ନେବାକୁ ସିଏମସିକୁ ନିର୍ଦ୍ଧେଶ ଦେଇଛନ୍ତି।

ଆବଶ୍ୟକ ପଡ଼ିଲେ ଅଧିକ ଲୋକ ଲଗାଇ ସହରରୁ ପଙ୍କୋଧାର କରାଯିବ ବୋଲି ସେ କହିଛନ୍ତି। ସେହିପରି ବର୍ଷା ଜଳ ନିଷ୍କାସନ ପାଇଁ ଏକ ନୋଡାଲ କମିଟି ଗଠନ କରାଯିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ବିଧାୟକ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details