ଓଡିଶା

odisha

ETV Bharat / city

ବାରବାଟୀ କାଉଣ୍ଟଡାଉନ, ପ୍ରଥମ ଦିନରୁ ହିଁ ସର୍ଭର ଜାମ - ବାରବାଟୀ ଦିନିକିଆ ମ୍ୟାଚ

ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ଗୁରୁବାର ଠୁ ଆରମ୍ଭ ହୋଇଛି ଅନଲାଇନ ଟିକେଟ ବୁକିଂ ପ୍ରକ୍ରିୟା । କିନ୍ତୁ ଇଣ୍ଟରନେଟର ସର୍ଭର ଜାମ ଯୋଗୁ ଉଭୟ ୱେବସାଇଟରେ ବୁକିଂ ପ୍ରକ୍ରିୟାରେ ବାଧାପ୍ରାପ୍ତ ହୋଇଛି ।

MATCH
ବାରବାଟୀ କାଉଣ୍ଟଡାଉନ, ପ୍ରଥମ ଦିନରୁ ହିଁ ସର୍ଭର ଜାମ

By

Published : Dec 5, 2019, 5:25 PM IST

କଟକ: ବାରବାଟୀ ଦିନିକିଆ ମ୍ୟାଚ ପାଇଁ ଗୁରୁବାର ଠୁ ଆରମ୍ଭ ହୋଇଛି ଅନଲାଇନ ଟିକେଟ୍ ବୁକିଂ ପକ୍ରିୟା । କିନ୍ତୁ ଇଣ୍ଟରନେଟର ସର୍ଭର ଜାମ ଯୋଗୁଁ ଉଭୟ ୱେବସାଇଟରେ ବୁକିଂ ପ୍ରକ୍ରିୟାରେ ବାଧାପ୍ରାପ୍ତ ହୋଇଛି । ଯାହାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ସର୍ଭର ଜାମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ବାରବାଟୀ କାଉଣ୍ଟଡାଉନ, ପ୍ରଥମ ଦିନରୁ ହିଁ ସର୍ଭର ଜାମ

ସେ କହିଛନ୍ତି ୱେବସାଇଟରେ ଟିକେଟ ବୁକିଂ ପ୍ରକ୍ରିୟା ସୁଚାର ରୂପେ ଚାଲିବ । ଯେହେତୁ କ୍ରିକେଟର ଓଡିଶାରେ ବେଶି କ୍ରେଜ ରହିଛି ସେଥିପାଇଁ ଇଣ୍ଟରନେଟ ସର୍ଭର ଜାମ ରହିଛି । ଏହାସହିତ 7 ନମ୍ବର ଗ୍ୟାଲେରି ବ୍ୟାନ ପ୍ରସଙ୍ଗରେ ମଧ୍ୟ କହିଛନ୍ତି ସଞ୍ଜୟ । ସେ କହିଛନ୍ତି 7 ନମ୍ବର ଗ୍ୟାଲେରି ବନ୍ଦ ହେବା ପରେ 5 ହଜାର 3ଶହ ଟିକେଟ ହରାଇଛି ଓସିଏ । ସେଥିରେ କୌଣସି ବି ଦୁଃଖ ନାହିଁ କାରଣ କ୍ରୀଡ଼ାପ୍ରେମୀଙ୍କ ସୁରକ୍ଷା ପ୍ରଥମ ।

ସେହିପରି ଏକ ନମ୍ବର ଗ୍ୟାଲେରୀ ଓ 3 ନମ୍ବର ଗ୍ୟାଲେରୀ ପାଇଁ ଟିକେଟ କାଉଣ୍ଟରରେ ଟିକେଟ ବିକ୍ରି ହେବ । କାରଣ ଅନେକ କ୍ରିକେଟ ପ୍ରେମୀ ଅନଲାଇନ ଟିକେଟ୍‌ କିଣିବାରେ ସଫଳ ହେବେନି । ସେଥିପାଇଁ ଏହି ବ୍ୟବସ୍ଥା ରଖାଯାଇଛି । ଏହାସହିତ ଅନଲାଇନ ଟିକେଟ ବ୍ୟବସ୍ଥା ଆଜିଠୁ ଆରମ୍ଭ ହୋଇ 15 ତାରିଖ ସୁଦ୍ଧା ଶେଷ ହେବ । ଏହାରି ଭିତରେ ସମସ୍ତ କ୍ରୀଡାପ୍ରେମୀ ଟିକେଟ୍‌ ବୁକ କରି ଖେଳର ମଜା ନେଇ ପାରିବେ ବୋଲି ସେ କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

ABOUT THE AUTHOR

...view details