ଓଡିଶା

odisha

ETV Bharat / city

ବାରବାଟୀ କାଉଣ୍ଟଡାଉନ: ଜାଣନ୍ତୁ କେଉଁ କାଉଣ୍ଟରରେ ମିଳିବ କେଉଁ ଟିକେଟ

ବାରବାଟୀ ମ୍ୟାଚ ପାଇଁ 12 କାଉଣ୍ଟରରେ ଉପଲବ୍ଧ ହେବ ଟିକେଟ୍ । ଗ୍ୟାଲେରୀ 1 ଠୁ ଆରମ୍ଭ କରି 6 ନମ୍ବର ପର୍ଯ୍ୟନ୍ତ ସମସ୍ତ ଟିକେଟ 1 ରୁ 10 ନମ୍ବର କାଉଣ୍ଟରରେ ଉପଲବ୍ଧ ହେବ । ଏନେଇ ସୂଚନା ଦେଇଛି ଓସିଏ ।

By

Published : Dec 18, 2019, 11:32 PM IST

barabati match
ଜାଣନ୍ତୁ, କେଉଁ କାଉଣ୍ଟରରେ ମିଳିବ କେଉଁ ଟିକେଟ

କଟକ: ପାଖେଇ ଆସୁଛି ବାରବାଟୀ ଦିନିକିଆ ମ୍ୟାଚ । ମହାଲଢେଇ ପାଇଁ ଗୁରୁବାର ଠାରୁ କାଉଣ୍ଟରରେ ବିକ୍ରି ହେବ ଟିକେଟ୍ । ତେବେ 12ଟି କାଉଣ୍ଟରରେ ବିକ୍ରି ହେବ 10 ହଜାର 39 ଟି ଟିକେଟ୍‌ । ଏନେଇ ବିଧିବଦ୍ଧ ସୂଚନା ଦେଇଛି ଓସିଏ ।

ତେବେ ଗ୍ୟାଲେରୀ 1 ଠୁ ଆରମ୍ଭ କରି 6 ନମ୍ବର ପର୍ଯ୍ୟନ୍ତ ଏହି ସମସ୍ତ ଟିକେଟ 1 ରୁ 10 ନମ୍ବର କାଉଣ୍ଟରରେ ଉପଲବ୍ଧ ହେବ । ଏହାଛଡା ସ୍ପେଶାଲ ଏନକ୍ଲୋଜର, କର୍ପୋରେଟ ବକ୍ସ, ନ୍ୟୁ ପାଭିଲିୟନର ଟିକେଟ 11 ଓ 12 ନମ୍ବର ଟିକେଟ କାଉଣ୍ଟରରେ ଉପଲବ୍ଧ ହେବ । ତେବେ କ୍ରିକେଟ ପ୍ରେମୀ ନିଶ୍ଚୟ ଟିକେଟ ପାଇବେ ବୋଲି ଆଶା ରଖିଛି ଓସିଏ । ଅନ୍ୟପଟେ ଅନଲାଇନରେ କଟା ଯାଇଥିବା ଟିକେଟ୍‌ 19, 20,21 ତାରିଖରେ ସ୍ଥାନୀୟ କେମ୍ବ୍ରିଜ ସ୍କୁଲରେ ଉପଲବ୍ଧ ହେବ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

ABOUT THE AUTHOR

...view details