ଓଡିଶା

odisha

ETV Bharat / city

ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଙ୍ଗ; ଓହରିବାକୁ ବାର କାଉନସିଲ ଅଫ ଇଣ୍ଡିଆର ନିର୍ଦ୍ଦେଶ - cuttack news

ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ପରେ ଆନ୍ଦୋଳନରୁ ଓହରିବା ପାଇଁ ସମସ୍ତ ବାରକୁ ନିର୍ଦ୍ଦେଶ ଦେଇଛି ବାର କାଉନସିଲ ଅଫ ଇଣ୍ଡିଆ। ଜରୁରୀ ବୈଠକ ଡାକି ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ସମସ୍ତ ବାରକୁ, ବାର କାଉନସିଲ ଅଫ ଇଣ୍ଡିଆ ନିର୍ଦ୍ଦେଶ ଦେଇଛି।

ଫାଇଲ ଫଟୋ

By

Published : Oct 29, 2019, 7:17 PM IST

କଟକ: କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରିବା ପାଇଁ ସମସ୍ତ ବାରକୁ ନିର୍ଦ୍ଦେଶ । ଏନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ପରେ ଆନ୍ଦୋଳନରୁ ଓହରିବା ପାଇଁ ସମସ୍ତ ବାରକୁ ନିର୍ଦ୍ଦେଶ ଦେଲା ବାର କାଉନସିଲ ଅଫ ଇଣ୍ଡିଆ। ଜରୁରୀ ବୈଠକ ଡାକି ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ସମସ୍ତ ବାରକୁ, ବାର କାଉନସିଲ ଅଫ ଇଣ୍ଡିଆ ନିର୍ଦ୍ଦେଶ ଦେଇଛି।

ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବାର କାଉନସିଲ ଅଫ ଇଣ୍ଡିଆ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି। ତେବେ ଏହାକୁ ପାଳନ କରାନଗଲେ ତାମିଲନାଡୁ ଢାଞ୍ଚାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାର କାଉନସିଲ ଅଫ ଇଣ୍ଡିଆ ଚେତାବନୀ ଦେଇଛି। ଏନେଇ ହାଇକୋର୍ଟ ବାର ସମେତ 68ଟି ବାର ଆସୋସିଏସନକୁ ଚିଠି ମାଧ୍ୟମରେ ଜଣାଯାଇଛି।

ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଙ୍ଗ; ଓହରିବାକୁ ବାର କାଉନସିଲ ଅଫ ଇଣ୍ଡିଆର ନିର୍ଦ୍ଦେଶ

ଆସନ୍ତା ନଭେମ୍ବର 3 ତାରିଖ ସୁଦ୍ଧା ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିବା ସହ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ। ହାଇକୋର୍ଟ ବାର ଓ ଷ୍ଟେଟ ବାର କାଉନସିଲ ଅଧ୍ୟକ୍ଷଙ୍କୁ ବ୍ୟକ୍ତିଗତ ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ନଭେମ୍ବର 8 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details