ଓଡିଶା

odisha

ETV Bharat / city

ବାଙ୍କୀ ଡବଲ ମର୍ଡର ଘଟଣା, ପୋଲିସ ଡିଜିଙ୍କୁ ଭେଟିଲା କଂଗ୍ରେସ

ପୋଲିସ ଡିଜିଙ୍କୁ ଭେଟିଲା କଂଗ୍ରେସ । ବାଙ୍କୀ ଡବଲ ମର୍ଡର ଘଟଣାରେ ପୋଲିସ ଡିଜିଙ୍କୁ ଭେଟିଛନ୍ତି କଂଗ୍ରେସ ପ୍ରତିନିଧି ଦଳ । ଅଧିକ ପଢନ୍ତୁ...

By

Published : Feb 20, 2020, 11:48 PM IST

congress leader meet poilce dg
ପୋଲିସ ଡିଜିଙ୍କୁ ଭେଟିଲା କଂଗ୍ରେସ

କଟକ: ବାଙ୍କୀ ଥାନା ଅନ୍ତର୍ଗତ ନୂଆଗାଁ ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଏବଂ ଆଦିତ୍ୟ ରଣସିଂହ ହତ୍ୟା ଘଟଣାରେ ଆଜି କଂଗ୍ରେସର ଏକ ପ୍ରତିନିଧି ଦଳ ପୋଲିସ ଡିଜିଙ୍କୁ ଭେଟିଛି। ବରିଷ୍ଠ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ୬ ଜଣିଆ କଂଗ୍ରେସ ପ୍ରତିନିଧି ଦଳ ଡିଜିଙ୍କୁ ଭେଟି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛି।

ପୋଲିସ ଡିଜିଙ୍କୁ ଭେଟିଲା କଂଗ୍ରେସ

ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଛି କଂଗ୍ରେସ। ତେବେ ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ଡିଜି ପ୍ରତିଶୃତି ଦେଇଥିବା ଡିଜିଙ୍କୁ ଭେଟିବା ପରେ ବରିଷ୍ଠ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ କହିଛନ୍ତି।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ABOUT THE AUTHOR

...view details