କଟକ:ବ୍ୟାଙ୍କରୁ ଲୋନ ନେଇ ଲାଭବାନ ହେଉଛନ୍ତି କଟକ ଗ୍ରାମାଞ୍ଚଳର ଏସଏସଜି ଗ୍ରୁପ । ବ୍ୟାଙ୍କ ଲୋନର ସୁବିଧା ହେବା ପରେ ଜିଲ୍ଲାରେ ହସ୍ତ ଶିଳ୍ପର ବିକାଶ ହୋଇପାରିଛି । ଫଳରେ ଗ୍ରାମାଞ୍ଚଳର ଅନେକ ବ୍ୟବସାୟୀ ଏବେ ଲାଭବାନ ହେବା ସହ ସେମାନଙ୍କ ଆର୍ଥିକ ସ୍ଥିତି ମଧ୍ୟ ସ୍ବଚ୍ଛଳ ହୋଇପାରିଛି । ଏଯାବତ ୧୮୩ କୋଟି ଟଙ୍କା ଅନେକ ପଞ୍ଜିକୃତ ଏସଏସଜି ଗ୍ରୁପ ମାନଙ୍କୁ ଋଣ ଦିଆଯାଇଥିବା ବେଳେ ଏହି ଋଣର ପରିଧିକୁ ବ୍ୟାପକ କରି ସେମାନଙ୍କ ବ୍ୟବସାୟକୁ ଆହୁରି ଆଗକୁ ନେବାକୁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ ।
SSG ଗ୍ରୁପ ମୁହଁରେ ହସ ଫୁଟାଉଛି ବ୍ୟାଙ୍କ - କଟକ ଗ୍ରାମାଞ୍ଚଳ
ବ୍ୟାଙ୍କରୁ ଲୋନ ନେଇ ଲାଭବାନ ହେଉଛନ୍ତି କଟକ ଗ୍ରାମାଞ୍ଚଳର ଏସଏସଜି ଗ୍ରୁପ । ଲାଭବାନ ହେବା ସହ ଆର୍ଥିକ ସ୍ଥିତି ମଧ୍ୟ ସ୍ବଚ୍ଛଳ ହୋଇପାରିଛି । ଅଧିକ ପଢନ୍ତୁ...
ବ୍ୟାଙ୍କରୁ ଲୋନ ନେଇ ଲାଭବାନ ହେଉଛନ୍ତି ଏସ ଏସଜି ଗ୍ରୁପ
ଏନେଇ ଗତକାଲି ସାରଳା ଭବନରେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ କଟକ ଗ୍ରାମାଞ୍ଚଳରୁ ଅନେକ ଏସଏସଜି ଗ୍ରୁପ ସାମିଲ ହୋଇ ସେମାନଙ୍କ ସାମଗ୍ରୀ ପଦର୍ଶନ କରିଥିଲେ । ଏହି ବୈଠକରେ ଅତରିକ୍ତ ଜିଲ୍ଲାପାଳ , ସିଏମସି କମିଶନର ଓ ବ୍ୟାଙ୍କ ଅଧକାରୀ ଉପସ୍ଥିତ ଥିଲେ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ