ଓଡିଶା

odisha

ETV Bharat / city

ନକଲି ଏମ୍ସ ଡାକ୍ତର ଗିରଫ, ଜାଲ କାଗଜପତ୍ର ଦେଖାଇ ନେଉଥିଲେ ଲୋନ୍‌

ବାଦାମବାଡ଼ି ଥାନା ପୋଲିସ ପଞ୍ଝାରେ ନକଲି ଡାକ୍ତର । ନକଲି କାଗଜପତ୍ର ଦେଖାଇ ନେଉଥିଲେ ଲୋନ । ଅଧିକ ପଢନ୍ତୁ

By

Published : Nov 18, 2021, 7:06 PM IST

ପୋଲିସ ପଞ୍ଝାରେ ନକଲି ଡକ୍ଟର, ଜାଲ କାଗଜପତ୍ର ଦେଖାଇ ନେଉଥିଲେ ଲୋନ୍‌
ପୋଲିସ ପଞ୍ଝାରେ ନକଲି ଡକ୍ଟର, ଜାଲ କାଗଜପତ୍ର ଦେଖାଇ ନେଉଥିଲେ ଲୋନ୍‌

କଟକ: ବାଦାମବାଡ଼ି ଥାନା ପୋଲିସ ପଞ୍ଝାରେ ନକଲି ଡାକ୍ତର । ଜାଲ କାଗଜପତ୍ର ଓ ପରିଚୟ ପତ୍ର ମାଧ୍ୟମରେ ବ୍ୟାଙ୍କକୁ ଠକିଥିବା ନକଲି ଡାକ୍ତର ଶ୍ରୀଧର ରାଉତ ଓରଫ ସିଦ୍ଧାର୍ଥ ସାର୍ଥକଙ୍କୁ ଗିରଫ କରିଛି । ସେ ନକଲି କାଗଜପତ୍ର ମାଧ୍ୟମରେ ଲକ୍ଷାଧିକ ଟଙ୍କା ଲୋନ କରିଥିବା ଜଣାପଡ଼ିଛି ।

ପୋଲିସ ପଞ୍ଝାରେ ନକଲି ଡକ୍ଟର, ଜାଲ କାଗଜପତ୍ର ଦେଖାଇ ନେଉଥିଲେ ଲୋନ୍‌

ପୋଲିସର କହିବା ଅନୁସାରେ, ସିଦ୍ଧାର୍ଥ ସାର୍ଥକ ନାମକ ଯୁବକ ଜଣକ ଜାଲ କାଗଜପତ୍ର ଦେଇ କଟକ ବଜ୍ରକବାଟି ରୋଡ଼ରେ ଥିବା ୟୁନିୟନ ବ୍ୟାଙ୍କରୁ ୧୬ .୫ ଲକ୍ଷ ଟଙ୍କାର ଲୋନରେ ଏକ କାର କିଣିଥିଲେ । ଏହାସହ ସେ ସେହି ବ୍ୟାଙ୍କର ବିଭିନ୍ନ ବ୍ରାଞ୍ଚ ମାନଙ୍କରୁ ୧୦ ଲକ୍ଷ ଟଙ୍କାର ଲୋନ ଆବେଦନ ମଧ୍ୟ କରିଥିଲେ । କିନ୍ତୁ ଯେତେବେଳେ ବ୍ୟାଙ୍କ କାଗଜପତ୍ରର ଯାଞ୍ଚ କରାଯାଇଥିଲା ସେତେବେଳେ ସବୁ କାଗଜପତ୍ର ନକଲି ଥିବା ଜଣାପଡ଼ିଥିଲା ।

ଏହାପରେ ବ୍ୟାଙ୍କ ପକ୍ଷରୁ ବାଦାମବାଡ଼ି ଥାନାରେ ଅଭିଯୋଗ କରାଯାଇଥିଲା । ଏହି ମାମଲାର ତଦନ୍ତ କରି ପୋଲିସ କଟକ ଡାହାଳିଆବାଗ ଅଞ୍ଚଳ ବାସିନ୍ଦା ସିଦ୍ଧାର୍ଥ ସାର୍ଥକ ଗିରଫ କରିବା ସହ ତାଙ୍କ ଠାରୁ ଅନେକ ଜାଲ କାଗଜପତ୍ର ଓ AIMSରେ ଡାକ୍ତରଙ୍କ ନକଲି ପରିଚୟ ପତ୍ର ଜବତ କରାଯାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details